ଓଡିଶା

odisha

ETV Bharat / state

ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଲୁଟ - ସୁନା ବ୍ୟବସାୟୀଙ୍କଠାରୁ ଲୁଟ

ମୟୂରଭଞ୍ଜ ରାଇରଙ୍ଗପୁର ସହରର ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଥିବା ବ୍ୟାଗକୁ ଲୁଟ କରିଛନ୍ତି ଲୁଟେରା । ଅଧିକ ପଢନ୍ତୁ...

ବ୍ୟବସାୟଙ୍କଠାରୁ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଲୁଟ
ବ୍ୟବସାୟଙ୍କଠାରୁ ଲକ୍ଷାଧିକ ମୂଲ୍ୟର ସୁନାଗହଣା ଲୁଟ

By

Published : Apr 27, 2021, 12:09 PM IST

ରାଇରଙ୍ଗପୁର: ମୟୂରଭଞ୍ଜର ରାଇରଙ୍ଗପୁର ସହରରେ ମାତିଛନ୍ତି ଲୁଟେରା । ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଲୁଟର ଶିକାର ହୋଇଛନ୍ତି ଜନୈକ ଗହଣା ବ୍ୟବସାୟୀ । ବର୍ତ୍ତମାନ ସମୟରେ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୋଲିସ ପାଟ୍ରୋଲିଂ ଚାଲୁଥିବା ବେଳେ ପୋଲିସକୁ ଖୋଲାଖୋଲି ଭାବେ ଚ୍ୟାଲେଞ୍ଜ କରି ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ କରିବାରେ ସକ୍ଷମ ହୋଇଛନ୍ତି ଲୁଟେରା ।

ଏଭଳି ଏକ ଲୁଟ ଘଟଣା ରାଇରଙ୍ଗପୁର ସହରରେ ଘଟିଛି । ସହରର ସୁନା ଗହଣା ବ୍ୟବସାୟୀ ତଥା ଅଁଳାଡୁବା ନିବାସୀ ରାମେଶ୍ବର ପରିଡ଼ା ଗତକାଲି(ସୋମବାର) ରାତି ପାଖାପାଖି 8ଟା ସମୟରେ ରାଇରଙ୍ଗପୁର ଗୋଲେଇ ନିକଟରେ ଥିବା ଗହଣା ଦୋକାନ ବନ୍ଦ କରି ସୁନାଗହଣା ବ୍ୟାଗ ଧରି ଏକ ସ୍କୁଟି ଯୋଗେ ଘରକୁ ଫେରୁଥିଲେ।

ଏହି ସମୟରେ ବାଟରେ ଅଜ୍ଞାତ ଯୁବକ ଦ୍ବୟ ଏକ ବାଇକରେ ଆସି ଗହଣା ବ୍ୟବସାୟୀଙ୍କଠାରୁ ସୁନାଗହଣା ଥିବା ବ୍ୟାଗଟିକୁ ଝାମ୍ପି ନେଇ ଦ୍ରୁତ ଗତିରେ ଖସି ପଳାଇ ଯାଇଥିଲେ । ବ୍ୟାଗରେ ଲକ୍ଷାଧିକ ଟଙ୍କାର ସୁନାଗହଣା ଥିବା ଜଣାପଡିଛି । ଏନେଇ ଗହଣା ବ୍ୟବସାୟୀ ଜଣକ ରାଇରଙ୍ଗପୁର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତ୍ତି କରି ଲୁଟେରାଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details