ଓଡିଶା

odisha

ETV Bharat / state

ଭୁଷୁଡିଲା ବଡ଼ସାତଶୋଳ ପୋଲ, ଦୁଇ ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ

ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ଭୁସୁଡ଼ି ପଡିଛି ଛାତ୍ରମା-ବଡ଼ସାତଶୋଳ ପୋଲ । ରାଜ୍ୟ ରାଜପଥ ୧୯ରୁ ପୋଲର ଦୂରତା ୨କିମି ହୋଇଥିବା ବେଳେ ବ୍ଲକ ମୁଖ୍ୟାଳୟ ସହିତ ଦୁଇଟି ପଞ୍ଚାୟତର ସିଧାସଳଖ ଯୋଗାଯୋଗ ବିଛିନ୍ନ ହୋଇପଡିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 11, 2019, 9:17 PM IST

ବାରିପଦା: ଲଗାଣ ବର୍ଷାରେ ଭୁସୁଡ଼ି ପଡିଛି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ବଡ଼ଫେଣି ପଞ୍ଚାୟତରେ ଥିବା ଗଙ୍ଗାହର ନଦୀର ଛାତ୍ରମା-ବଡ଼ସାତଶୋଳ ପୋଲ। ଗଙ୍ଗାହାର ନଦୀରେ ଜଳସ୍ତର ବୃଦ୍ଧି କାରଣରୁ ପୋଲ ଟି ଭାଙ୍ଗି ପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
ରାଜ୍ୟ ରାଜପଥ ୧୯ରୁ ପୋଲର ଦୂରତା ୨କିମି ହୋଇଥିବା ବେଳେ ବ୍ଲକ ମୁଖ୍ୟାଳୟ ସହିତ ଦୁଇଟି ପଞ୍ଚାୟତର ସିଧାସଳଖ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ପ୍ରତିଦିନ ପୋଲ ଉପର ଦେଇ ଭାରି ଯାନ ଗୁଡ଼ିକ ପୋଲର କ୍ଷମତା ଠାରୁ ଅଧିକ ମାଲ ପରିବହନ କରି ଆସୁଥିବା ବେଳେ ତାହା ଦୁର୍ବଳ ହୋଇପଡ଼ିବା ସହ ବର୍ଷା ଯୋଗୁଁ ଭାଙ୍ଗି ପଡିଥିବା ଜଣାପଡିଛି । ଯାହାଫଳରେ ବ୍ଳକ ଅଞ୍ଚଳର ବଡଫେଣୀ ଏବଂ ବଡପଥରା ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି । ଲଗାଣ ବର୍ଷା ଜାରି ରହିଥିବା ବେଳେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details