ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ବଡପୋଷି ଗ୍ରାମରେ ପିଇବା ପାଣିର ସମସ୍ୟା ଯୋଗୁଁ ଶତାଧିକ ମହିଳା ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି । ଗ୍ରାମରେ ପ୍ରାୟ ୨୦୦ ଟି ପରିବାର ବସବାସ କରୁଥିବାବେଳେ ଗ୍ରାମରେ ଥିବା ନଳକୂପ ଗୁଡିକରୁ ନାଲି ପାଣି ବାହାରୁଛି ।
ବିଶୁଦ୍ଧ ପାନୀୟ ଜଳ ପାଇଁ ସମସ୍ୟା: ବିଡ଼ିଓଙ୍କୁ ଫେରାଦ ହେଲେ ବଡପୋଷି ଗ୍ରାମବାସୀ - ବିଡ଼ିଓଙ୍କୁ ଫରିୟାଦ କଲେ ବଡପୋଷି ଗ୍ରାମବାସୀ
ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ବଡପୋଷି ଗ୍ରାମରେ ପିଇବା ପାଣିର ସମସ୍ୟା ଯୋଗୁଁ ଶତାଧିକ ମହିଳା ଆଜି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ବିଡ଼ିଓଙ୍କୁ ଏହାର ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି । ଅଧିକ ପଢନ୍ତୁ...
ବିଶୁଦ୍ଧ ପାନୀୟ ଜଳ ପାଇଁ ସମସ୍ୟା: ବିଡ଼ିଓଙ୍କୁ ଫରିୟାଦ କଲେ ବଡପୋଷି ଗ୍ରାମବାସୀ
ବିଶୁଦ୍ଧ ପାନୀୟ ଜଳ ପାଇଁ ସମସ୍ୟା: ବିଡ଼ିଓଙ୍କୁ ଫରିୟାଦ କଲେ ବଡପୋଷି ଗ୍ରାମବାସୀ
ନଳକୂପରୁ ବାହାରୁଥିବା ପାଣି ପିଇବା ଉପଯୁକ୍ତ ନଥିବାରୁ ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ପୂର୍ବରୁ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ । ଏହାର କୌଣସି ସ୍ଥାୟୀ ସମାଧାନ ନ ହେବାରୁ ଲୋକେ ପିଇବା ପାଣି ନପାଇ ସମସ୍ୟା ଭୋଗୁଥିଲେ । ଏନେଇ ଆଜି ବିଡ଼ିଓଙ୍କ ନିକଟରେ ପହଞ୍ଚି ଅଭିଯୋଗ କରିବା ପରେ ଗ୍ରାମରେ ଟ୍ୟାଙ୍କର ମାଧ୍ୟମରେ ପାନୀୟ ଜଳ ଯୋଗାଣ କରାଯିବାକୁ ବିଡ଼ିଓ ପ୍ରତିଶ୍ରୁତି ଦେଇଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ