ରାଇରଙ୍ଗପୁର: ବଧୂ ହତ୍ୟା ଅଭିଯୋଗରେ ପୋଲିସ ବାନ୍ଧି ନେଲା ନିର୍ଦ୍ଦୋଷ ସ୍ବାମୀ ଓ ଶ୍ବଶୁରଙ୍କୁ । ହେଲେ ତଦନ୍ତ ବେଳେ ଜୀବନ୍ତ ମିଳିଲା ବଧୂ । ଫଳରେ ବଦଳିଲେ ବାଦାମପାହାଡ ଥାନାଧିକାରୀ । ଘଟଣାଟି ବର୍ତ୍ତମାନ ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ବିନା ଦୋଷରେ ସ୍ବାମୀ ଓ ଶ୍ବଶୁରଙ୍କୁ ସପ୍ତାହେରୁ ଅଧିକ ସମୟ ଯାଏଁ ଜେଲରେ ନିର୍ଯାତନା ଦେଇଥିଲେ ବାଦାମପାହାଡ ଥାନା ଅଧିକାରୀ । ଏନେଇ ଥାନା ଅଧିକାରୀଙ୍କୁ ବାରିପଦା ପୋଲିସ ହେଡ୍ କ୍ବାର୍ଟରକୁ ବଦଳି କରାଯିବା ସହ ଦିଆଯାଇଛି ଉଚିତ୍ ପୁରସ୍କାର ।
ଘଟଣାକ୍ରମେ ଗତ 17 ତାରିଖରେ ଜୀବିତ ଉଦ୍ଧାର ହୋଇଥିଲେ ବୋହୂ ରାଇମଣୀ । ଉଦ୍ଧାର ହେବା ପରେ ଗତ 27 ତାରିଖରେ ତାଙ୍କୁ କୋର୍ଟ ନିଆଯାଇ ବୟାନ ରେକର୍ଡ କରାଯାଇଥିଲା । ବୋହୂଙ୍କ ବୟାନ ଆଧାରରେ ଜେଲରୁ ମୁକୁଳିଥିଲେ ନିର୍ଦ୍ଦୋଶ ସଞ୍ଜୟ ନାଏକ ଓ ମଙ୍ଗଲ ନାଏକ ।