ଓଡିଶା

odisha

ETV Bharat / state

ମିଥ୍ୟା ସତ୍ୟପାଠ ଦାଖଲ କରି ପଦବୀ ହରାଇଲେ ସରପଞ୍ଚ - ସରପଞ୍ଚ ଶୁଖିମଣୀ ସୋରେନ

ସରପଞ୍ଚ ପଦବୀ ପାଇଁ ମିଥ୍ୟା ସତ୍ୟପାଠ ଦାଖଲ କରିବା ପହିଲା ମହଙ୍ଗା । ସରପଞ୍ଚ ପଦରୁ ବିଦା ହେଲେ ବଡଦୁନ୍ଦୁ ଗ୍ରାମପଞ୍ଚାୟତ ସରପଞ୍ଚ ଶୁଖିମଣୀ ସୋରେନ । ଅଧିକ ପଢନ୍ତୁ

badadundu gram panchayat sarpanch suspended
badadundu gram panchayat sarpanch suspended

By

Published : Jul 22, 2023, 11:12 AM IST

Updated : Jul 22, 2023, 12:09 PM IST

badadundu gram panchayat sarpanch suspended

ରାଇରଙ୍ଗପୁର:ସରପଞ୍ଚ ପଦବୀ ପାଇଁ ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ। ସତ ପ୍ରମାଣିତ ହେବା ପରେ ହଟହଟା ହେଲେ ବଡଦୁନ୍ଦୁ ଗ୍ରାମପଞ୍ଚାୟତର ସରପଞ୍ଚ ଶୁଖିମଣୀ ସୋରେନ । ରାଇରଙ୍ଗପୁର ସିଭିଲ କୋର୍ଟର ଜଜ୍ ସିଦ୍ଧାର୍ଥ ଶେଖର ସେନାପତି ତାଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି। ଏଥି ସହିତ ଶୁଖିମଣୀ ସୋରେନଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁମିତ୍ରା ହେମ୍ବ୍ରମଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଶୁଖିମଣୀ ସୋରେନଙ୍କ ଦୁଇ ଦୁଇଟି ସ୍ଥାନରେ ଭୋଟର ତାଲିକାରେ ନାମ ରହିଥିଲା। ସେ ନିର୍ବାଚନ ସମୟରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ସୁମିତ୍ରା ହେମ୍ବ୍ରମ ଅଭିଯୋଗ ଆଣିଥିଲେ।

ଏହା ମଧ୍ୟ ପଢନ୍ତୁ-ପଞ୍ଚାୟତ ଅଫିସରେ ତୁମୁଳକାଣ୍ଡ; ସରପଞ୍ଚ ଓ ପୂର୍ବତନ ସରପଞ୍ଚଙ୍କ ସ୍ବାମୀଙ୍କ ମଧ୍ୟରେ ସଂଘର୍ଷ

ଗତ ୨୦୨୨ ପଞ୍ଚାୟତ ନିର୍ବାଚନରେ ଯାମଦା ବ୍ଲକ ଅନ୍ତର୍ଗତ ବଡଦୁନ୍ଦୁ ଗ୍ରାମପଞ୍ଚାୟରେ ସରପଞ୍ଚ ପଦବୀ ପାଇଁ ଶୁଖିମଣୀ ସୋରେନ ଓ ସୁମିତ୍ରା ହେମ୍ବ୍ରମ ପ୍ରତିଦ୍ବନ୍ଦିତା କରୁଥିଲେ। ଏଥିରେ ସୁମିତ୍ରା ଙ୍କୁ ‌ହରାଇ ଶୁଖିମଣୀ ବିଜୟୀ ହୋଇଥିଲେ। ପର ମୁହୁର୍ତ୍ତରେ ଶୁଖିମଣୀ ସୋରେନ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ଜାଣିବାକୁ ପାଇଥିଲେ ସୁମିତ୍ରା ହେମ୍ବ୍ରମ। ଦୁଇ ଦୁଇଟି ସ୍ଥାନରେ ଥିବା ଭୋଟର ତାଲିକାରେ ଶୁଖିମଣୀ ସୋରେନଙ୍କ ନାମ ରହିଥିଲା। ଯାମଦା ବ୍ଲକର କାଣ୍ଡସୋର ସ୍ଥିତ ବାପ ଘର ଗାଁ ଓ ସାନଦୁନ୍ଦୁ ସ୍ଥିତ ଶଶୁର ଘର ଗାଁରେ ଭୋଟର ତାଲିକାରେ ତାଙ୍କ ନାମ ରହିଥିଲା। ଦୁଇଟି ସ୍ଥାନରେ ଭୋଟର ତାଲିକା ରେ ନାମ ଥିବା ଓ ସେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ନିକଟତମ ପ୍ରତିଦ୍ବନ୍ଦୀ ସୁମିତ୍ରା ହେମ୍ବ୍ରମ ଅଦାଲତର ଦ୍ବାରସ୍ଥ ହୋଇଥିଲେ।

ଏହା ମଧ୍ୟ ପଢନ୍ତୁ-ହୋଟେଲରେ ସରପଞ୍ଚ ଓ ମହିଳା ସରପଞ୍ଚଙ୍କ ସ୍ବାମୀ ହାତାହାତି, ଭିଡିଓ ଭାଇରାଲ

ରାଇରଙ୍ଗପୁର ସିଭିଲ କୋର୍ଟରେ ୨୦୨୨ ମସିହା ଏପ୍ରିଲ ମାସରେ ସୁମିତ୍ରା ହେମ୍ବ୍ରମ ଏକ ସମ୍ପର୍କରେ ଏକ କେସ ଫାଇଲ କରିଥିଲେ। ଶେଷରେ ଅଭିଯୋଗକାରୀଙ୍କ ସମସ୍ତ ସାକ୍ଷ ପ୍ରମାଣକୁ ଭିତ୍ତି କରି ଏବଂ ନିର୍ବାଚନର ସମସ୍ତ ନିୟମ କାନୁନକୁ ପରଖି ବଡଦୁନ୍ଦୁ ଗ୍ରାମପଞ୍ଚାୟତର ସରପଞ୍ଚ ଶୁଖିମଣୀ ସୋରେନଙ୍କୁ ଅଯୋଗ୍ୟ ଘୋଷିତ କରିଛନ୍ତି ରାଇରଙ୍ଗପୁର ସିଭିଲ କୋର୍ଟର ଜଜ୍ ସିଦ୍ଧାର୍ଥ ଶେଖର ସେନାପତି। ଏଥି ସହିତ ଶୁଖିମଣୀ ସୋରେନ ଙ୍କ ନିକଟତମ ପ୍ରତିଦ୍ବନ୍ଦୀ ସୁମିତ୍ରା ହେମ୍ବ୍ରମ ଙ୍କୁ ଦାୟିତ୍ଵ ହସ୍ତାନ୍ତର କରିବା ପାଇଁ ଯାମଦା ବ୍ଲକର ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

ଇଟିଭି ଭାରତ, ରାଇରଙ୍ଗପୁର

Last Updated : Jul 22, 2023, 12:09 PM IST

ABOUT THE AUTHOR

...view details