ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାରିପଦା ପି ଆର ଏମ୍ ମେଡ଼ିକାଲ କଲେଜରେ ଗତ ୧୧ ତାରିଖ ଦିନ ଶିଶୁ ଅଦଳବଦଳ ଘଟଣା ସାମ୍ନାକୁ ଆସିଥିଲା । ତେବେ ନିଜ ଶିଶୁକୁ ନେବାକୁ ଦାବି କରି ବାରିପଦା ସଦର ଥାନା ଜାମବଣି ଗ୍ରାମର ଉତ୍ତ୍ୟକ୍ତ ଲୋକ ସୋମବାର ଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ଭଙ୍ଗାରୁଜା କରିଛନ୍ତି । ଜିଲ୍ଲାପାଳ କାର୍ଯ୍ୟାଳୟରେ ଉପସ୍ଥିତ ଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଉତ୍ତ୍ୟକ୍ତ ଲୋକେ ଜିଲ୍ଲାପାଳଙ୍କ କବାଟକୁ ବାଡେଇ ବା ଫଳରେ କାଚ ଭାଙ୍ଗିଛି ।
ଶିଶୁ ଅଦଳବଦଳ ଘଟଣା: ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା - ଶିଶୁ ଅଦଳବଦଳ ଘଟଣା

12:47 May 18
ପିଆରଏମ୍ ମେଡ଼ିକାଲରେ ଶିଶୁ ଅଦଳବଦଳ ଘଟଣା, ଶିଶୁ ନେବାକୁ ଦାବି କରି ଉତ୍ତ୍ୟକ୍ତ ଲୋକଙ୍କ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭଙ୍ଗାରୁଜା।
ଘଟଣାନୁଯାୟୀ, ଗତ ଏପ୍ରିଲ ୨୬ ତାରିଖରେ ବାରିପଦା ସଦରଥାନା ଅନ୍ତର୍ଗତ ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କର ସ୍ତ୍ରୀ ରଇବାରୀଙ୍କୁ ପ୍ରସବ ବେଦନା ହେବାରୁ ବାରିପଦା ସ୍ଥିତ ପି ଆର ଏମ୍ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ରଇବାରୀ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ନବଜାତ ଶିଶୁଟି ଜନ୍ମ ସମୟରେ ଅସୁସ୍ଥ ଥିବାରୁ ତାକୁ ଡାକ୍ତରଖାନାର ଏସଏନସିୟୁ ବିଭାଗରେ ଭର୍ତ୍ତି କରାଯାଇଥିଲା । ତେବେ ମେ ୦୫ ତାରିଖରେ ଶିଶୁଟି ସୁସ୍ଥ ହୋଇଯିବାରୁ ହସ୍ପିଟାଲରୁ ମା' ଓ ଛୁଆକୁ ଡିସଚାର୍ଜ କରାଯାଇଥିଲା ।
ତେବେ ମେ ୧୧ ତାରିଖ ଦିନ ଶିଶୁଟିକୁ କିଛି ଟିକା ଦେବାର ବାକି ଅଛି ବୋଲି କହି ଆଶାକର୍ମୀଙ୍କୁ ଫୋନ ମାଧ୍ୟମରେ ଏସ ଏନ ସି ୟୁକୁ ବିଭାଗୀୟ କର୍ମଚାରୀ ଡକାଇଥିଲେ । ଡାକ୍ତରଖାନାରେ ପହଞ୍ଚିବା ପରେ ଶିଶୁ କୁ ଏସ ଏନ ସି ୟୁ ବିଭାଗର ନର୍ସମାନେ ଟୀକା ଦେବା ବାହାନା ରେ ଭିତରକୁ ନେଇ ଯିବାର କିଛି ସମୟ ପରେ ନର୍ସ ଜଣଙ୍କ ଶିଶୁଟି ମରିଯାଇଛି ବୋଲି କହିଥିଲେ । ତେବେ 2ଜଣ ମା'ଙ୍କ ନାମ ସମାନ ଥିବାରୁ ଏଭଳି ଶିଶୁ ଅଦଳବଦଳ ହୋଇଛି ବୋଲି ମେଡିକାଲ କର୍ତ୍ତୃପକ୍ଷ ମାନିବା ସହ ଡିଏନଏ ଟେଷ୍ଟ ପରେ ସମସ୍ୟା ସମାଧାନ ହେବ ବୋଲି କହିଥିଲେ ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ