ଓଡିଶା

odisha

ETV Bharat / state

ଦୀର୍ଘ ୫ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ଛୁଆହାତୀ - କୂଅରୁ ଉଦ୍ଧାର ହେଲା ହାତୀଛୁଆ

ଦୀର୍ଘ ୫ ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀ ଛୁଆ । ଗତକାଲି(ଶନିବାର) ରାତିରେ ମୟୂରଭଞ୍ଜ ଚାକୁଣ୍ଡାପଦା ଗାଁରେ ଏକ କୂଅ ଭିତରେ ପଡିଯାଇଥିଲା ଛୁଆହାତୀ । ଅଧିକ ପଢନ୍ତୁ

ଦୀର୍ଘ ୫ ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ
ଦୀର୍ଘ ୫ ଘଣ୍ଟାର ଉଦ୍ୟମ ପରେ କୂଅରୁ ଉଦ୍ଧାର ହେଲା ହାତୀଛୁଆ

By

Published : Jan 9, 2022, 12:40 PM IST

ବାରିପଦା:ଦୀର୍ଘ ୫ ଘଣ୍ଟାର ଉଦ୍ୟମ ପରେ ଉଦ୍ଧାର ହେଲା କୂଅରେ ପଡିଥିବା ଛୁଆ ହାତୀ । ଗତକାଲି (ଶନିବାର) ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଚାକୁଣ୍ଡାପଦା ଗ୍ରାମରେ ଏକ ଛୁଆ ହାତୀ କୂଅ ଭିତରେ ପଡିଯାଇଥିଲା । ଖବର ପାଇ ବନବିଭାଗ ଉଦ୍ଧାର ପାଇଁ ପହଞ୍ଚିଥିବା ବେଳେ ହାତୀପଲ ଦୌରାତ୍ମ୍ୟ ଆରମ୍ଭ କରିଦେଇଥିଲେ । ଫଳରେ ହାତୀ ଛୁଆଟିକୁ ଉଦ୍ଧାର କରିବାରେ ବିଫଳ ହୋଇଥିଲା ବନ ବିଭାଗ । ତେବେ ଆଜି ସକାଳ ସମୟରେ ମଧ୍ୟ ହାତୀପଲ ବହୁ ଉଦ୍ୟମ ପରେ ଛୁଆ ହାତୀଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ଦୀର୍ଘ ୫ ଘଣ୍ଟା ପରେ କୂଅରୁ ଉଦ୍ଧାର ହେଲା ଛୁଆହାତୀ

ସୂଚନା ଅନୁଯାୟୀ ଗତ କିଛି ଦିନ ଧରି ଉକ୍ତ ଅଞ୍ଚଳରେ ଏକ ୧୫ ଟିକିଆ ହାତୀପଲ ବିଚରଣ କରୁଥିବା ବେଳେ ଗତ ରାତିରେ ଉକ୍ତ ଅଞ୍ଚଳରେ ଛୁଆ ହାତୀଟି କୂଅ ଭିତରେ ପଡି ଯାଇଥିଲା । ଏହାପରେ ହାତୀପଲ ପୁରା ଗାଁରେ ଦୌରାତ୍ମ୍ୟ ଜାରି ରଖିଥିଲେ । ଯେଉଁଥିପାଇଁ ବନବିଭାଗ , ପୋଲିସ ଓ ଅଗ୍ନିଶମ ବିଭାଗ ହାତୀ ଛୁଆକୁ ଉଦ୍ଧାର ପାଇଁ ଚେଷ୍ଟା କରି ନାକେଦମ ହୋଇଥିଲେ। ଅଗ୍ନିଶମ ବିଭାଗର କର୍ମଚାରଙ୍କ ଉଦ୍ୟମରେ କୂଅ ଭିତରେ ପାଣି ଭର୍ତ୍ତି ପରେ ହାତୀ ଛୁଆକୁ ଉଦ୍ଧାର ସମ୍ଭବ ହୋଇଥିଲା।

ଉଦ୍ଧାର ପରେ ହାତୀ ଛୁଆ ସୁସ୍ଥ ଅବସ୍ଥାରେ ମା ହାତୀ ସହ ଜଙ୍ଗଲ ଭିତରକୁ ଚାଲି ଯାଇଥିବା ସୂଚନା ଦେଇଛନ୍ତି ବାରିପଦା ବନଖଣ୍ଡ ଅଧିକାରୀ। ହାତୀ ପଲ ଗାଁ ଭିତରେ ତାଣ୍ଡବ କରି ବନବିଭାଗର ଗାଡି ଭଙ୍ଗାରୁଜା କରିବା ସହ ଗାଁ ଭିତରେ ୭ ଜଣଙ୍କ ଘର ଭାଙ୍ଗି ଦେଇଥିଲେ। ହାତୀର ଏପରି କାଣ୍ଡକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଥିବା କହିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details