ରାଇରଙ୍ଗପୁର: ମହାତ୍ମା ଗାନ୍ଧୀଙ୍କ 150ତମ ଜୟନ୍ତୀ ଉପଲକ୍ଷେ ରାଇରଙ୍ଗପୁରରେ ଫିଟ୍ ଇଣ୍ଡିଆ ଅଭିଯାନ ଅନୁଷ୍ଠିତ ହୋଇଛି । ଏହି ଅଭିଯାନରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ଓ ସମାଜସେବୀ ସାମିଲ ହୋଇଥିଲେ ।
ରାଇରଙ୍ଗପୁରରେ ପ୍ଲାଷ୍ଟିକ ବର୍ଜନ ଅଭିଯାନ - awareness rally for plastic free
ରାଇରଙ୍ଗପୁରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆଗକୁ ଆସିଛନ୍ତି ବିଭିନ୍ନ ଅନୁଷ୍ଠାନ । ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ସକାଳୁ ସକାଳୁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଶୋଭାଯାତ୍ରା କରି ପ୍ଲାଷ୍ଟିକ ବର୍ଜନ ପାଇଁ ସଚେତନତା ସୃଷ୍ଟି କରିଥିଲେ ।
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ସକାଳୁ ସକାଳୁ ଛାତ୍ରଛାତ୍ରୀଙ୍କ ଦ୍ବାରା ଏକ ଶୋଭାଯାତ୍ରା କରାଯାଇ ପାଷ୍ଟିକ ବର୍ଜନ ପାଇଁ ସଚେତନ କରାଯାଇଥିଲା । ଏଥିସହ ବିଜୁ ବାହିନୀ ତରଫରୁ ଫିଟ୍ ରହିବା ପାଇଁ ଦୌଡ କାର୍ଯ୍ୟକ୍ରମ ସହ ସ୍ବଚ୍ଛ ଭାରତ କାର୍ଯ୍ୟକ୍ରମ କରାଯାଇଥିଲା । ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଆହ୍ବାନ କରାଯାଇଥିଲା ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ