ବାରିପଦା: ବାରିପଦା ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନାଙ୍କୁ ମାଡ ମରା ଘଟଣାରେ ଅଟକ ବିଧାୟକ ଓ ତାଙ୍କ ସମର୍ଥକଙ୍କୁ ସସମ୍ମାନେ ଛାଡିବାକୁ ବିଜେପିର ଦାବି । ଏନେଇ ଟାଉନ ଥାନା ସମ୍ମୁଖରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ରାସ୍ତା ଅବରୋଧ କରାଯାଇଥିଲା ।
ଗୁରୁବାର ବାରିପଦା ସର୍କିଟ ହାଉସ ରେ ବାରିପଦା ବିଧାୟକ ପ୍ରକାଶ ସୋରେନ ଓ ତାଙ୍କ ସହଯୋଗୀ ପ୍ରବୀଣ ପାତ୍ର ଓ ପ୍ରଶାନ୍ତ ବେହେରା ମାଡ ମାରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ITDA ଅଫିସର ସହକାରୀ ନିର୍ବାହୀ ଯନ୍ତ୍ରୀ ଗଣପତି ଜେନା । ଏନେଇ ପୋଲିସ ବିଧାୟକଙ୍କ ସହ ଦୁଇ ଜଣ ସମର୍ଥକଙ୍କୁ ଟାଉନ ଥାନାରେ ଅଟକ ରଖି ପଚରା ଉଚରା ଜାରି ରଖିଛି ।