ଓଡିଶା

odisha

ETV Bharat / state

ନିର୍ଦ୍ଧୁମ ଛେଚା ପରେ ପୋଲିସ ଜିମାରେ ଏଟିଏମ ଲୁଟେରା - ରାଇରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌

ଏଟିଏମ ପରିସରରେ ଲୁଟ ଉଦ୍ୟମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଛି ଲୁଟେରା । ଘଟଣାଟି ହେଉଛି କରଞ୍ଜିଆ ଥାନା ଅଧିନସ୍ଥ କରଞ୍ଜିଆ ବଜାର ମଧ୍ୟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମର ।

rairangapur atm loot case, rairangapur latest news, atm lootera in rairangapur, ରାଇରଙ୍ଗପୁରରେ ଏଟିଏମ ଲୁଟେରା, ରାଇରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ରାଇରଙ୍ଗପୁର ଲୁଟ ଘଟଣା
ନିର୍ଦ୍ଧୁମ ଛେଚା ପରେ ପୋଲିସ ଜିମାରେ ଏଟିଏମ ଲୁଟେରା

By

Published : Dec 12, 2019, 5:09 AM IST

ରାଇରଙ୍ଗପୁର: ଏଟିଏମ ପରିସରରେ ଲୁଟ ଉଦ୍ୟମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରା ପଡିଛି ଲୁଟେରା । ଘଟଣାଟି ହେଉଛି କରଞ୍ଜିଆ ଥାନା ଅଧିନସ୍ଥ କରଞ୍ଜିଆ ବଜାର ମଧ୍ୟରେ ଥିବା ଷ୍ଟେଟ ବ୍ୟାଙ୍କ ଏଟିଏମର । ବୁଧବାର ସନ୍ଧ୍ୟା ସମୟରେ ଏଟିଏମରେ ଟଙ୍କା ଉଠାଉଥିବା ବେଳେ ଜନୈକ ବ୍ୟକ୍ତିଙ୍କୁ ଲୁଟ ଉଦ୍ୟମ କରୁବା ସମୟରେ ବ୍ୟକ୍ତି ଜଣଙ୍କ ପାଟି ଶୁଣି ପାଖରେ ଥିବା ବ୍ୟବସାୟୀମାନେ ଆସି ଲୁଟେରାମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ।

ନିର୍ଦ୍ଧୁମ ଛେଚା ପରେ ପୋଲିସ ଜିମାରେ ଏଟିଏମ ଲୁଟେରା

ଏଥିରେ ଜଣେ ଲୁଟେତରା ଘଟଣାସ୍ଥଳରୁ ଖସି ପଳାଇଥିବା ବଳେ ଅନ୍ୟ ଜଣଙ୍କୁ କାବୁ କରିନେଇଥିଲେ ଲୋକେ । ଏହାପରେ ଲୁଟେରାକୁ ନିସ୍ତୁକ ପିଟି କରଞ୍ଜିଆ ଥାନା ପୋଲିସକୁ ଲୋକେ ଖବର କରିଥିଲେ । ପୋଲିସ ପଚରରାଉଚୁରାରୁ ଲୁଟେରା ବିହାରର ନାରାୟଣ କୁମାର ସିଂ ବୋଲି ଜଣାପଡିଥିଲା । ପରେ ପୋଲିସ ତାଠାରୁ ଗୋଟିଏ ସ୍କାନର, 2ଟି ଏଟିଏମ କାର୍ଡ ଜବତ କରିବା ସହ ଏକ ମାମଲା ରୁଜୁ କରୁ ତଦନ୍ତ ଜାରି ରଖିଛି ।

ଅନ୍ୟପଟେ କରଞ୍ଜିଆ ପୋଲିସ ଏହି ଏଟିଏମ ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଏକ ଟିମ ଗଠନ କରିଥିବା ଉପଖଣ୍ଡ ପୋଲିସ ଅଧିକାରା ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details