ରାଇରଙ୍ଗପୁର: ବିବାହ ଦିନରେ ବି ଉଦଘାଟନ କଲେ ଫୁଟବଲ ଟୁର୍ଣ୍ଣାମେଣ୍ଟ। ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅସନା ଗ୍ରାମରେ ଅଭିନବ ଢଙ୍ଗରେ ବାହାଘର। ଇଣ୍ଟରନ୍ୟାସନାଲ ଆଥଲେଟ ପୁର୍ଣ୍ଣିମା ହେମ୍ବ୍ରମ ବାହାଘର ଦିନ ଶ୍ବଶୁର ଘର ଯିବା ପୂର୍ବରୁ 2ଦିନିଆ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆୟୋଜନ ଓ ଉଦ୍ଘାଟନ କରି ସମାଜକୁ ଏକ ମହାନ ବାର୍ତ୍ତା ଦେଇଛନ୍ତି ସେ।
ସାଧାରଣତଃ ଜଣେ ଝିଅ ବିଭାଘର ପରେ ନିଜ ଭିତରେ ଥିବା ପ୍ରତିଭା ଓ ଲକ୍ଷ୍ୟକୁ ପଛରେ ଛାଡି ଦେଇଥାଏ। ହେଲେ ପୂର୍ଣ୍ଣିମା ହେମ୍ବ୍ରମ ବିବାହ ଦିନ ହିଁ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ କରି ନିଜ ଭିତରେ ଥିବା କ୍ରୀଡାପ୍ରେମକୁ ଦେଖାଇଥିଲେ। ବ୍ୟସ୍ତତା ଭିତରେ ମଧ୍ୟ ସେ ଭୁଲି ଯାଇ ନଥିଲେ ନିଜ ପ୍ରତିଭାକୁ।