ଓଡିଶା

odisha

ETV Bharat / state

ନିଲମ୍ବିତ ଏଏସଆଇଙ୍କ ନାଁରେ ମାମଲା, ଖୁବଶୀଘ୍ର କୋର୍ଟ ଚାଲାଣ - ମୟୂରଭଞ୍ଜ ଖବର

ଦାୟିତ୍ବହୀନତାକୁ ଆଉ ସହ୍ୟ କରିବ ନାହିଁ ମୟୂରଭଞ୍ଜ ପୋଲିସ । ମଦ ପିଇ ଦୁର୍ଘଟଣା ଘଟାଇଥିବା ଜଣେ ଦାୟିତ୍ବହୀନ ଏଏସଆଇଙ୍କୁ ନିଲମ୍ବିତ କରି ତାଙ୍କ ନାମରେ ମାମଲା ରୁଜୁ କରିଛନ୍ତି ଏସପି ପରମାର ସ୍ମିତ ପୁରୁଷୋତ୍ତମଦାସ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Sep 23, 2019, 11:08 PM IST

Updated : Sep 23, 2019, 11:48 PM IST

ବାରିପଦା: ଆକ୍ସନ ମୋଡ୍‌ରେ ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ। ନୂଆ କରି ଦାୟିତ୍ବ ନେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରଥମ ଦିନରେ ହିଁ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛନ୍ତି। ସାଧାରଣ ଜନତାଙ୍କ ଅପେକ୍ଷା ପୋଲିସ କର୍ମଚାରୀ ମାନେ କାର୍ଯ୍ୟରେ ଅବହେଳା କଲେ ସେମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯାଇ ନିଲମ୍ବିତ କରାଯାଉଛି। ଏପରି ଏକ ଘଟଣା ଘଟିଥିଲା ରବିବାର ରାତିରେ ।

ଏଏସଆଇଙ୍କୁ ନିଲମ୍ବିତ କଲେ ଏସପି

ରବିବାର ଉଦଳା ଥାନା ଏଏସଆଇ ଶୁଭେନ୍ଦୁ କୁମାର ବେହେରା ମଦ୍ୟପାନ କରି ଗାଡି ଚଳାଉଥିଲେ । ଏହି ସମୟରେ ସ୍କୁଟିରେ ଥିବା ଦୁଇ ଜଣଙ୍କୁ ସେ ଧକ୍କା ଦେବା ଫଳରେ ସେମାନେ ଗୁରୁତର ଭାବେ ଆହତ ହୋଇଥିଲେ । ଦୁର୍ଘଟଣା ଘଟାଇ ଖସି ଯିବାକୁ ଉଦ୍ୟମ କରିବା ବେଳେ ତାଙ୍କୁ କାବୁ କରିଥିଲେ ସ୍ଥାନୀୟ ଲୋକେ । ଏଏସଆଇଙ୍କୁ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେବାକୁ ପଡିଥିଲା । ଯାହାକୁ ନେଇ ଏଏସଆଇ ଶୁଭେନ୍ଦୁ ବେହେରାଙ୍କୁ ନିଲମ୍ବିତ କରିଛନ୍ତି ଏସପି ।

ମଦପିଇ ଗାଡି ଚଳାଉଥିବା ଓ ଜଣେ ପୋଲିସ କର୍ମଚାରୀ ହୋଇ ଦାୟିତ୍ବରେ ଅବହେଳା କରିଥିବା ଅଭିଯୋଗରେ ଏଏସଆଇ ଶୁଭେନ୍ଦୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହାସହ ତାଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ ଖୁବ ଶୀଘ୍ର କୋର୍ଟ ଚାଲାଣ କରାଯିବ ବୋଲି ପ୍ରକାଶ କରିଛନ୍ତି ଏସପି ପରମାର ସ୍ମିତ ପୁରୁଷୋତ୍ତମ ଦାସ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Sep 23, 2019, 11:48 PM IST

ABOUT THE AUTHOR

...view details