ଓଡିଶା

odisha

ETV Bharat / state

ଲାଞ୍ଚ ନେବା ପଡିଲା ମହଙ୍ଗା, ASIକୁ ୨ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ

ଲାଞ୍ଚୁଆ ପୋଲିସ ଅଧିକାରୀଙ୍କୁ ୨ ବର୍ଷ କାରାଦଣ୍ଡ ଶୁଣାଇଲେ ବାରିପଦା ଭିଜିଲାନ୍ସ କୋର୍ଟ । ଅଧିକ ପଢନ୍ତୁ...

Baripada Vigilance Court sentenced bribe ASI two years in prison
ଲାଞ୍ଚ ନେବା ପଡିଲା ମହଙ୍ଗା, ASI କୁ ୨ ବର୍ଷ ଜେଲଦଣ୍ଡ ଶୁଣାଇଲା କୋର୍ଟ

By

Published : Oct 31, 2021, 6:10 AM IST

ବାରିପଦା: ଲାଞ୍ଚୁଆ ପୋଲିସ ଏଏସଆଇକୁ ୨ ବର୍ଷ ଜେଲ । ଲାଞ୍ଚ ନେଇଥିବା ମାମଲାରେ ଶୁଣାଣୀ କରି ପୋଲିସ ଏଏସଆଇକୁ ୨ ବର୍ଷ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ଏନେଇ ବାରିପଦା ସ୍ଥିତ ଜିଲ୍ଲା ଭିଜିଲାନ୍ସ କୋର୍ଟ ପକ୍ଷରୁ ମାମଲାର ରାୟ ପ୍ରକାଶ ପାଇଛି । ସ୍ବତନ୍ତ୍ର ଭିଜିଲାନ୍ସ ଜର୍ଜ ପ୍ରଣବ କୁମାର ପାତ୍ର ଏହି ମାମଲାର ବିଚାର କରି ଅଭିଯୁକ୍ତ ପୋଲିସ ଏଏସଆର ମନୋରଞ୍ଜନ ପଣ୍ଡା(୫୨)ଙ୍କୁ ୨ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥି ସହିତ ୧୦ ହଜାର ଟଙ୍କା ଜୋରିମାନା ଅନଦେୟ ୩ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି।

ଲାଞ୍ଚ ନେବା ପଡିଲା ମହଙ୍ଗା, ASI କୁ ୨ ବର୍ଷ ଜେଲଦଣ୍ଡ ଶୁଣାଇଲା କୋର୍ଟ

ସୂଚନା ଅନୁଯାୟୀ, ୧୨ ମାର୍ଚ୍ଚ ୨୦୧୨ ମସିହାରେ ରରୁଆଁ ଥାନାରେ କାର୍ଯ୍ୟ କରୁଥିବା ଏଏସଆଇ ମନୋରଞ୍ଜନ ଏକ ଯୌତୁକ ଜନିତ ମାମଲାର କେସ ନମ୍ବର ୫/୧୨କୁ ନେଇ ତଦନ୍ତ ପ୍ରକ୍ରିୟା କରୁଥିଲେ । ଯଶିପୁର ଥାନା କାଦପଣ୍ଡୁଗଣ୍ଡି ଅଞ୍ଚଳରେ ବନ୍ଧୁଆ ମହାନ୍ତ ଉକ୍ତ ମାମଲାରୁ ତାଙ୍କ ବାପା ମାଆଙ୍କ ନାମକୁ କାଟିବା ପାଇଁ ୧୦ ହଜାର ଟଙ୍କାର ଲାଞ୍ଚ ଦେଇଥିଲେ । ଏହାକୁ ନେଇ ଅଭିଯୋଗକାରୀ ବାରିପଦା ଭିଜିଲାନ୍ସ ନିକଟରେ ଅଭିଯୋଗ କରିବା ପରେ ଯୋଜନା ମୁତାବକ ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଟିମ ଧରିଥିଲେ। ତାଙ୍କ ଠାରୁ କେମିକାଲ ବୋଳା ନୋଟ ଜବତ କରି ମାମଲା ରୁଜୁ କରିଥିଲେ ।

୫ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ମାମଲାର ରାୟ ପ୍ରକାଶ ପାଇଛି । ଉକ୍ତ ଏଏସ୍‌ଆଇ ଜଣକ ବେତନଟୀ ଜେଏମଏଫସି କୋର୍ଟରେ କାର୍ଯ୍ୟରତ ରହିଛନ୍ତି । ସରକାରୀ ଓକିଲ ଭାବେ ଏସ୍.କେ. ରାୟ ଉକ୍ତ ମାମଲାର ପରିଚାଳନା କରୁଥିଲେ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details