ଓଡିଶା

odisha

ETV Bharat / state

ଛଉ ନୃତ୍ୟ ପରିବେଷଣକୁ ଅନୁମତି ପାଇଁ କଳାକାରଙ୍କ ଧାରଣା - ମୟୂରଭଞ୍ଜରେ କଳାକାରଙ୍କ ଧାରଣା

ମୟୂରଭଞ୍ଜ ଜିଲ୍ଲାରେ ଚୈତ୍ର ପର୍ବରେ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣକୁ ଅନୁମତି ଦେବା ପାଇଁ କଳାକାରମାନେ ଧାରଣା ଦେଇଛନ୍ତି । ଅଧିକ ପଢନ୍ତୁ...

ଛଉ ନୃତ୍ୟ ପରିବେଷଣକୁ ଅନୁମତି ପାଇଁ କଳାକାରଙ୍କ ଧାରଣା
ଛଉ ନୃତ୍ୟ ପରିବେଷଣକୁ ଅନୁମତି ପାଇଁ କଳାକାରଙ୍କ ଧାରଣା

By

Published : Apr 6, 2021, 7:52 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରସିଦ୍ଧ ଚୈତ୍ର ପର୍ବ କୋରୋନା କଟକଣା ମଧ୍ୟରେ ପାଳନ କରାଯାଉଛି । ତେବେ ଏହି ପର୍ବରେ ବିଶ୍ବ ପ୍ରସିଦ୍ଧ ଛଉ ନୃତ୍ୟ ପରିବେଷଣ ପାଇଁ 3 ଦିନ ଅନୁମତି ଦେବା ଲାଗି ଭଞ୍ଜସେନା ପକ୍ଷରୁ ଛଉ କଳାକାରମାନେ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଛଉ ନୃତ୍ୟ ପରିବେଷଣକୁ ଅନୁମତି ପାଇଁ କଳାକାରଙ୍କ ଧାରଣା

ନାଚ, ଗୀତ, ଖେଳ ସହ ରାଜନୈତିକ ସଭାକୁ ରାଜ୍ୟ ସରକାର ଅନୁମତି ଦେଇଥିବା ବେଳେ ମୟୂରଭଞ୍ଜର ପ୍ରସିଦ୍ଧ ଚୈତ୍ର ପର୍ବରେ ବିଶ୍ୱପ୍ରସିଦ୍ଧ ଛଉକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ହେଉଛି । ଏହାର ପ୍ରତିବାଦ କରିଛି ଜିଲ୍ଲାର ଛଉ କଳାକାର ସହିତ ମୟୂରଭଞ୍ଜ ଜିଲ୍ଲାର ଅଣ ରାଜନୈତିକ ସଂଗଠନ ଭଞ୍ଜସେନା । ସଂପୂର୍ଣ୍ଣ କୋରୋନା କଟକଣା ନିୟମ ପାଳନ ସହ ୩ ଦିନ ଧରି ବିଶ୍ୱ ପ୍ରସିଦ୍ଧ ଛଉ ନୃତ୍ୟକୁ ପାଳନ କରିବା ପାଇଁ ଅନୁମତି ଦିଆଯାଉ ବୋଲି ଦାବି କରି ସୋମବାର ଛଉ କଳାକାରମାନେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଛଉ କଳାକାରମାନେ ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଛଉ କଳାକାରମାନଙ୍କ ସହ ଭଞ୍ଜସେନା କର୍ମକର୍ତ୍ତାମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ । ଏ ନେଇ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଛଉ କଳାକାର । ଅନ୍ୟପକ୍ଷରେ ସରକାର ଛଉ ପାଇଁ ଅନୁମତି ପ୍ରଦାନ ନ କଲେ ଆଗାମୀ ଦିନରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କଳାକାରମାନେ ଛଉ ନୃତ୍ୟ ପରିବେଷଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details