ଓଡିଶା

odisha

By

Published : Jan 17, 2021, 9:18 AM IST

Updated : Jan 17, 2021, 12:02 PM IST

ETV Bharat / state

ଭାଇର ତୀର ମାଡ଼ରେ ଭାଇ ଗୁରୁତର, କଟକ ବଡ ମେଡିକାଲକୁ ସ୍ଥାନାନ୍ତର

ଭାଇର ତୀର ମାଡରେ ଘାଇଲା ବଡ ଭାଇ। ଗୁରୁତର ଭାବେ ଆହତ ହୋଇଥିବା ଭାଇକୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡ଼କ୍ଟର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଧିକ ପଢନ୍ତୁ...

ଭାଇର ତୀର ମାଡ଼ରେ ଭାଇ ଗୁରୁତର, କଟକ ବଡ ମେଡିକାଲକୁ ସ୍ଥାନାନ୍ତର
ଭାଇର ତୀର ମାଡ଼ରେ ଭାଇ ଗୁରୁତର, କଟକ ବଡ ମେଡିକାଲକୁ ସ୍ଥାନାନ୍ତର

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା କେନ୍ଦୁମୁଣ୍ଡି ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ 9:30 ସମୟରେ ଭାଇ ଭାଇ ଭିତରେ ଘରୋଇ ଝଗଡା ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ମଝିଆ ଭାଇ ତିବରୁ ପିଙ୍ଗୁଆ ସଙ୍ଗେସଙ୍ଗେ ଘରୁ ଧନୁ ତୀର ଆଣି ବଡ଼ ଭାଇ ଉପରେ ତୀର ମାଡ଼ କରିଥିଲେ। ଫଳରେ ବଡ଼ ଭାଇ ବୁଧୁରାମ ପିଙ୍ଗୁଆ (30) ଗୁରୁତର ଭାବେ ଆହତ ହୋଇଥିଲେ। ପାଖ ପଡେ଼ାଶୀଙ୍କୁ ଏ ବିଷୟରେ ଜଣାଇବାରୁ ପଡୋଶୀ ମାନଙ୍କ ସହାୟତା ରେ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଡ଼ାକ୍ତରଖାନାକୁ ଅଣାଯାଇଥିଲା।

ଭାଇର ତୀର ମାଡ଼ରେ ଭାଇ ଗୁରୁତର, କଟକ ବଡ ମେଡିକାଲକୁ ସ୍ଥାନାନ୍ତର

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଡ଼କ୍ଟର କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ କରଞ୍ଜିଆ ଥାନା ଅଧିକାରିଣୀ ସରୋଜିନୀ ସିଂ ଡାକ୍ତରଖାନା ରେ ପହଁଞ୍ଚି ଘଟଣା ବିଷୟରେ ଅବଗତ ହେବା ପରେ ତୀର ମାଡ଼ କରିଥିବା ମଝିଆଁ ଭାଇ ତିବରୁ ପିଙ୍ଗୁଆ କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Last Updated : Jan 17, 2021, 12:02 PM IST

ABOUT THE AUTHOR

...view details