ଓଡିଶା

odisha

ETV Bharat / state

ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ - ବେତନଟୀ ରେଞ୍ଜ

ଚିକିତ୍ସିତ ଅବସ୍ଥାରେ ଦନ୍ତାହାତୀର ମୃତ୍ୟୁ, ରବିବାର ମସିଣାକାଟି ସଂରକ୍ଷିତ ଜଙ୍ଗଲରୁ ଅସୁସ୍ଥ ହାତୀକୁ ଉଦ୍ଧାର କରାଯାଇ ଜାରି ରହିଥିଲା ଚିକିତ୍ସା । ଅଧିକ ପଢନ୍ତୁ

ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ
ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ

By

Published : Oct 4, 2022, 7:34 AM IST

Updated : Oct 4, 2022, 3:15 PM IST

ବାରିପଦା:ଚିକିତ୍ସିତ ଅବସ୍ଥାରେ ଅସୁସ୍ଥ ଦନ୍ତା ହାତୀର ମୃତ୍ୟୁ । ବେତନଟୀ ରେଞ୍ଜ ମସିଣାକାଟି ସଂରକ୍ଷିତ ଜଙ୍ଗଲରୁ ଆହତ ଅବସ୍ଥାରେ ଉଦ୍ଧାର ହୋଇଥିବା ହତୀଟିର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ରବିବାର ଅସୁସ୍ଥ ଦନ୍ତାହାତୀର ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରାଯାଇଥିଲେ ସୁଦ୍ଧା ଦନ୍ତାର ମୃତଦେହ ଉଦ୍ଧାର କରିଛି ବନବିଭାଗ । ହାତୀଟିର ବୟସ ୩୫ ରୁ ୪୦ବର୍ଷ ବୋଲି ଅନୁମାନ କରାଯାଉଛି ।

ଚିକିତ୍ସିତ ଅବସ୍ଥାରେ ଆଖି ବୁଜିଲା ଦନ୍ତାହାତୀ

ଏହା ମଧ୍ୟ ପଢନ୍ତୁ-ଟ୍ରାଙ୍କୁଲାଇଜ ପରେ ଚିକିତ୍ସିତ ହେଲା ଅସୁସ୍ଥ ହାତୀ

ସୂଚନା ଅନୁଯାୟୀ, ଆହତ ହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା । ବିଭିନ୍ନ ଜଙ୍ଗଲ ଏବଂ ଗାଁ ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା । ଫଳରେ ହାତୀଟିର ଗୋଡରେ ଆଘାତ ଲାଗିଥିଲା, ଧୀରେ ଧୀରେ କ୍ଷତ ବଢିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱାଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲା । ଏନେଇ ବେତନଟୀ ବନବିଭାଗର ଟିମ ଖବର ପାଇବା ପରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହାପରେ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆରୁ ଡ଼.ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିରୁ ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ଼. ପିୟୁଷ ସୋରେନ ପ୍ରମୁଖ ଡାକ୍ତରୀ ଟିମ ରବିବାର ସକାଳେ ହାତୀ ନିକଟରେ ପହଞ୍ଚିଥିଲେ । ହାତୀ ନିକଟରେ ଡିଏଫଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ଼. ସମ୍ରାଟ ଗୌଡ଼ା ପ୍ରମୁଖ ଅଧିକାରୀଗଣ ମଧ୍ୟ୍ୟ ଉପସ୍ଥିତ ଥିଲେ । ଏହାପରେ ପ୍ରଫେସର ଇନ୍ଦ୍ରମଣି ନାଥ ଅସୁସ୍ଥ ହାତୀକୁ ଟ୍ରାଙ୍କୁଳାଇଜ କରିଥିଲେ । ହାତୀକୁ ଟ୍ରାଙ୍କୁଲାଇଜ କରିବାପରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଦୀର୍ଘ ୪ଘଣ୍ଟାର ଉଦ୍ୟମ ପରେ ଅପରେସନ ସଫଳ ହୋଇଥିଲା । ତେବେ ଚିକିତ୍ସାର ୨୪ ଘଣ୍ଟା ମଧ୍ୟରେ ହାତୀଟିର ମୃତ୍ୟୁ ହୋଇଛି ।

ସୋମବାର ହାତୀର ମୃଦେହକୁ ଜବତ କରାଯାଇଥିବାବେଳେ ବେତନଟୀ ବ୍ଲକ ପଶୁଚିକିତ୍ସକ ଡ଼.ଭବନାଥ ପ୍ରସାଦ ବସ୍ତିଆ, ପଶୁଧନ ନିରୀକ୍ଷକ ସାଇକୃଷ୍ଣ ମହାନ୍ତ, ଅଜୟ କୁମାର ସୋରେନଙ୍କ ସମେତ ଡ଼ ପିୟୁଷ ସୋରେନ ପ୍ରମୁଖ ମୃତ ହାତୀକୁ ବ୍ୟବଚ୍ଛେଦ କରିବା ସହିତ ଲାବ୍ରୋଟୋରି ପରୀକ୍ଷା ପାଇଁ ନମୂନା ସଂଗ୍ରହ କରାଯାଇଛି । ଚିକିତ୍ସାରେ ବିଳମ୍ବ ହେତୁ କ୍ଷତ ଯୋଗୁଁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆ ପାଇଁ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଡିଏଫଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ଼. ସମ୍ରାଟ ଗୌଡ଼ା, ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂଙ୍କ ସମେତ ବନପାଳ, ବନରକ୍ଷୀ, ସବୁଜବାହିନୀ, ଗଜସାଥୀ ଏବଂ ପାରା ବନକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଜଙ୍ଗଲୀଜନ୍ତୁ ଶିକାର ପାଇଁ ବସାଯାଉଥିବା ଫାଶରୁ ଏଭଳି ଅଘଟଣ ଘଟିଥିବା ଅନୁମାନ କରାଯାଉଛି । ମାତ୍ର ଚିକିତ୍ସାରେ ବିଳମ୍ବ ପାଇଁ ଗୋଡ଼ରେ ସୃଷ୍ଟି ହୋଇଥିବା କ୍ଷତରୁ ପୁରା ଶରୀର ସଂକ୍ରମିତ ହୋଇ ସେଫଟି ସେମିଆରେ ହାତୀଟିର ମୃତ୍ୟୁ ହେବା ଘଟଣାକୁ ପରିବେଷବିତ ଏବଂ ପଶୁପ୍ରେମୀ କଡା ସମାଲୋଚନା କରିଛନ୍ତି ।

Last Updated : Oct 4, 2022, 3:15 PM IST

ABOUT THE AUTHOR

...view details