ଓଡିଶା

odisha

ମୟୂରଭଞ୍ଜରୁ ପୁଣି 107 କୋରୋନା ପଜିଟିଭ ଚିହ୍ନଟ

ସୋମବାର ମୟୂରଭଞ୍ଜ ଜିଲ୍ଲାରୁ 107 କୋରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,359ରେ ପହଞ୍ଚିଛି । ଅଧିକ ପଢନ୍ତୁ...

By

Published : Oct 19, 2020, 8:09 PM IST

Published : Oct 19, 2020, 8:09 PM IST

ମୟୂରଭଞ୍ଜ  ଜିଲ୍ଲାରୁ ପୁଣି 107 କୋରୋନା ପଜିଟିଭ ଚିହ୍ନଟ
ମୟୂରଭଞ୍ଜ ଜିଲ୍ଲାରୁ ପୁଣି 107 କୋରୋନା ପଜିଟିଭ ଚିହ୍ନଟ

ବାରିପଦା: ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ସୋମବାର ପୁଣି ଜିଲ୍ଲାରୁ 107 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 10,359ରେ ପହଞ୍ଚିଛି ।

ଜିଲ୍ଲାରୁ ପୁଣି 107 କୋରୋନା ପଜିଟିଭ ଚିହ୍ନଟ

ତେବେ ଜିଲ୍ଲାରୁ ମୋଟ 9063ଜଣ ସୁସ୍ଥ ହୋଇଥିବା ବେଳେ 1253ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ପଞ୍ଚମ ସ୍ଥାନରେ ରହିଥିବା ବେଳେ ସରକାରୀ ରିପୋର୍ଟ ଅନୁଯାୟୀ କୋରୋନାରେ ଜିଲ୍ଲାରୁ ମୃତ୍ୟୁ ସଂଖ୍ୟା 43କୁ ବୃଦ୍ଧି ପାଇଛି ।

ସଂକ୍ରମିତଙ୍କ ସଂଖ୍ୟାରେ ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ସହରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଥିବାବେଳେ କେବଳ ସେପ୍ଟେମ୍ବର ମାସ ସହରରୁ 1129ଜଣ ଚିହ୍ନଟ ହୋଇଥିବା ଜଣାପଡିଛି । ସୋମବାର ଚିହ୍ନଟ ହୋଇଥିବା 119 କୋରୋନା ଆକ୍ରାନ୍ତ ହୋମ ଆଇସୋଲେସନରେ ଏବଂ ବାରିପଦା ବାଙ୍କୀଷୋଳ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details