ରାଇରଙ୍ଗପୁର: ଆଶ୍ଚର୍ଯ୍ୟଜନକ ଭାବେ ହାତୀ କବଳରୁ ବର୍ତ୍ତିଲେ ମହିଳା । ହାତୀ ଶୁଣ୍ଢରେ କଚାଡି ମାରିବା ସମୟରେ ରକ୍ଷା କରିଦେଇଛି ମହିଳାଙ୍କ ଶାଢୀ । ମହିଳାଙ୍କ ଶାଢୀ ହାତୀ ଶୁଣ୍ଢରେ ଗୁଡାଇ ହୋଇଯିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସମ୍ପୃକ୍ତ ମହିଳା । ମାତ୍ର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ।
ସୂଚନା ଅନୁଯାୟୀ, ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ସରଗଡା ପଞ୍ଚାୟତର ଦଳେଇଡିହି ଗ୍ରାମର ପାନ ସର୍ଦ୍ଦାର(୪୮) ଆଜି(ରବିବାର) ଦିନବେଳେ ଗାଁ ପାଖ କାଣାପାଟ ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିଲେ । ଏହି ସମୟରେ ହଠାତ୍ ଏକ ଦନ୍ତାହାତୀ ଆସି ପାନଙ୍କ ହାତକୁ ଶୁଣ୍ଢରେ ଧରି ଘୋଷାଡି ଥିବା ସମୟରେ ଶାଢ଼ୀଟି ହାତୀର ଶୁଣ୍ଢରେ ଗୁଡ଼ାଇ ହୋଇଯାଇଥିଲା । ଫଳରେ ପାନ ଘୋଷାରି ହୋଇ ତଳେ ଛିଟିକି ପଡ଼ିଯାଇଥିଲେ ।