ରାଇରଙ୍ଗପୁର: ଯୁବତୀଙ୍କ ମୃତଦେହ ଉଦ୍ଧାର । ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରୁଛି ପୋଲିସ । ଘଟଣାସ୍ଥଳରେ ପୋଲିସର ଛାନଭିନ ଆରମ୍ଭ କରିଛି । ଯୁବତୀ ଜଣକ ଭିଣୋଇଙ୍କ ଘରକୁ ଯାଇଥିବା ସମୟରେ ଏପରି ଅଘଟଣ ଘଟିଥିବା ସୂଚନା ।
ଖବର ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଦେଓଗାମ ଗାଁର ଗଙ୍ଗାଧର ବାଇପାଇଙ୍କ ଶାଳୀ ତୁଳସୀ ସାମାଦ ଭିଣୋଇଙ୍କ ଗାଁରେ ପନିପରିବା ବିକ୍ରୀ କରି ଗୁଜୁରାଣ ମେଣ୍ଟାଉଥିଲେ । ସବୁଦିନ ପରି ଗତକାଲି(ମଙ୍ଗଳବାର) ରାତିରେ ମଧ୍ୟ ତୁଳସୀ ଭିଣୋଇଙ୍କ ପରିବାର ବର୍ଗଙ୍କ ସହ ବ୍ୟବସାୟ ପାଇଁ ଯାଇଥିଲେ । ମାତ୍ର ଆଉ ଘରକୁ ଫେରିନଥିଲେ । ଆଜି(ବୁଧବାର) ସକାଳେ ଜିରାଇ ଗ୍ରାମ ନିକଟସ୍ଥ ବାରୁଡୁଙ୍ଗୁରି ପଡ଼ିଆରେ ତୁଳସୀଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ ।