ଓଡିଶା

odisha

ETV Bharat / state

ଅଜଣା ଗାଡି ଧକ୍କାରେ ଅଜଣା ବ୍ୟକ୍ତି ମୃତ - ପୋଲିସର ତଦନ୍ତ ଜାରି

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଅଜଣା ଗାଡି ଧକ୍କାରେ ଅଜଣା ବ୍ୟକ୍ତି ମୃତ
ଅଜଣା ଗାଡି ଧକ୍କାରେ ଅଜଣା ବ୍ୟକ୍ତି ମୃତ

By

Published : Feb 16, 2021, 10:47 AM IST

ରାଇରଙ୍ଗପୁର:ଅଜଣା ଗାଡି ଧକ୍କାରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୪୯ନମ୍ବର ଜାତୀୟ ରାଜପଥ କାଶିଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ।

ଅଜଣା ଗାଡି ଧକ୍କାରେ ଅଜଣା ବ୍ୟକ୍ତି ମୃତ

ଦୁର୍ଘଟଣା କେତେବେଳେ ହୋଇଛି ସେହି ବିଷୟରେ କେହି ଜାଣି ନାହାନ୍ତି । ଆଜି ସକାଳୁ ସେଇ ରାସ୍ତା ଦେଇ କିଛି ଲୋକ ଯାଉଥିବା ବେଳେ ମୃତଦେହ ଖୀନଭିନ ହୋଇ ରାସ୍ତା ଉପରେ ପଡିଥିବା ଦେଖିଥିଲେ । ଏହା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କରଞ୍ଜିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତକଙ୍କ ପରିଚୟ ମିଳିନାହିଁ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details