ଓଡିଶା

odisha

By ETV Bharat Odisha Team

Published : Oct 11, 2023, 10:09 PM IST

ETV Bharat / state

ମୟୂରଭଞ୍ଜ ଯୁବକଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ! କାରଣ ଅସ୍ପଷ୍ଟ

ମୟୂରଭଞ୍ଜର ଡ୍ରାଇଭରଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ହୋଇଥିବା ଅଭିଯୋଗ । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପଶ୍ଚିମବଙ୍ଗ ପୋଲିସର ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

ମୟୂରଭଞ୍ଜର ଡ୍ରାଇଭରଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ହୋଇଥିବା ଅଭିଯୋଗ
ମୟୂରଭଞ୍ଜର ଡ୍ରାଇଭରଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ହୋଇଥିବା ଅଭିଯୋଗ

ରାଇରଙ୍ଗପୁର:ମୟୂରଭଞ୍ଜର ଡ୍ରାଇଭରଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ହୋଇଥିବା ଅଭିଯୋଗ । ମୃତ ଯୁବକ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ୩୦ ବର୍ଷିୟ ସେକ ଆଫରୋଜ । ତେବେ ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପଶ୍ଚିମବଙ୍ଗ ପୋଲିସର ତଦନ୍ତ ଜାରି ରହିଛି ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ ଥାନା ଅନ୍ତର୍ଗତ ଦେଓଗାଁ ଗ୍ରାମର ସେକ ଆଫରୋଜ ଗତ ସୋମବାର ଦିନ ନିଜ ବୋଲେରୋ ଗାଡ଼ିକୁ ଜଣେ ବ୍ୟକ୍ତିଙ୍କୁ ଭଡ଼ା ଆକାରରେ ଦେଇଥିଲେ । ବ୍ୟକ୍ତି ଜଣକ ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ସହରକୁ ଯିବା ପାଇଁ ବୋଲେରୋଟିକୁ ଭଡ଼ାରେ ନେଇଥିଲା । ତେବେ ଆଫରୋଜ ନିଜେ ଡ୍ରାଇଭିଂ କରି ଝାଡ଼ଖଣ୍ଡ ରାଜ୍ୟର ଜାମସେଦପୁର ସହରକୁ ନେଇ ଯାଇଥିଲେ। ଏଥିସହ ଜାମସେଦପୁର ସହରରେ ଥିବା ନେଇ ପରିବାର ଲୋକଙ୍କୁ ସେହି ସୋମବାର ଫୋନ ଯୋଗେ କହିଥିଲେ ଆଫରୋଜ।

ହେଲେ ପରବର୍ତ୍ତୀ ସମୟରେ ପରିବାର ଲୋକେ ଆଫରୋଜକୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାଙ୍କର ଫୋନ ସୁଇଚ ଅଫ ରହିଥିଲା । ମଙ୍ଗଳବାର ସକାଳ ସମୟରେ ପଶ୍ଚିମବଙ୍ଗ ରାଜ୍ୟର ବାଗମୁଡି ଥାନା ଅଞ୍ଚଳରୁ ଏକ ଧଳା ରଙ୍ଗର ବୋଲେରୋ ଓ ଆଫରୋଜଙ୍କ ମୃତଦେହ ଠାବ କରିଥିଲା ବାଗମୁଡି ଥାନା ପୋଲିସ । ବାଗମୁଡି ଥାନା ଠାରୁ ପ୍ରାୟ ୫ କିମି ଦୂରରେ ଏକ ଡ୍ୟାମ ନିକଟରେ ଥିବା ରାସ୍ତା ତଳକୁ ଅଟକି ରହିଥିଲା ବୋଲେରୋ ଏବଂ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଫରୋଜଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ପରେ ଗାଡ଼ି ଜବତ କରିବା ସହ ମୃତଦେହର ବ୍ୟବଚ୍ଛେଦ ନିମନ୍ତେ ପଶ୍ଚିମବଙ୍ଗର ପୁରୁଲିଆ ମେଡିକାଲକୁ ପଠାଇଥିଲେ ।

ଏହା ମଧ୍ୟ ପଢନ୍ତୁ... ଦୁଇ ନିର୍ବସ୍ତ୍ର ମହିଳା ଉଦ୍ଧାର ଘଟଣା: ଛାତିଥରା କାହାଣୀ ବଖାଣିଲେ ପୀଡିତା, ମା’-ଝିଅ ସହ ହୋଇଛି ଦୁଷ୍କର୍ମ

ଏଥି ସହିତ ଘଟଣାକୁ ନେଇ ବାଦାମପାହାଡ ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ। ଖବର ପାଇ ବାଦାମପାହାଡ ଥାନା ଅଧିକାରୀ ଦେଓଗାଁ ସ୍ଥିତ ଆଫରୋଜଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ପରିବାର ଲୋକଙ୍କୁ ଘଟଣା ବିଷୟରେ ଖବର ଦେଇଥିଲେ । ଆଜି ପରିବାର ଲୋକେ ପଶ୍ଚିମବଙ୍ଗର ପୁରୁଲିଆ ସ୍ଥିତ ମେଡିକାଲକୁ ଯାଇଥିବା ଜଣାପଡିଛି । ସେପଟେ ଗାଡ଼ି ଭଡ଼ାରେ ନେଇଥିବା ବ୍ୟକ୍ତି ଜଣକର କୌଣସି ସୂଚନା ମିଳି ପାରିନଥିବା ବେଳେ ଘଟଣାସ୍ଥଳର ପାରିପାର୍ଶ୍ବିକ ସ୍ଥିତିରୁ ଆଫରୋଜକୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details