ଓଡିଶା

odisha

ETV Bharat / state

ଆମରଣ ଅନଶନରେ ଜେଲ କର୍ମଚାରୀ, ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ଆନ୍ଦୋଳନକାରୀ - jail employees 5 demands

5 ଦଫା ଦାବିରେ ଆମରଣ ଅନଶନରେ ଜେଲ କର୍ମଚାରୀ । ଦାବି ପୂରଣ ନ ହେବା ଯାଏଁ ଧାରଣାରୁ ନହଟିବାକୁ ଚେତାବନୀ । ଧାରଣାରେ ବସିଥିବା ବେଳେ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ଜଣେ କର୍ମଚାରୀ । ଅଧିକ ପଢ଼ନ୍ତୁ

ଆମରଣ ଅନଶନରେ ଜେଲ କର୍ମଚାରୀ
ଆମରଣ ଅନଶନରେ ଜେଲ କର୍ମଚାରୀ

By ETV Bharat Odisha Team

Published : Sep 26, 2023, 9:01 AM IST

ଆମରଣ ଅନଶନରେ ଜେଲ କର୍ମଚାରୀ

ରାଇରଙ୍ଗପୁର: ଆମରଣ ଅନଶନରେ ଜେଲ୍‌ ସମ୍ମୁଖରେ ବସିଲେ ଜେଲ କର୍ମଚାରୀ । 5 ଦଫା ଦାବି ନେଇ ସାରା ରାଜ୍ୟରେ ଜେଲ୍‌ କର୍ମଚାରୀମାନେ ଆମରଣ ଅନଶନରେ ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ କାରାଗାରର ଜେଲ କର୍ମଚାରୀମାନେ ମଧ୍ୟ ରାଇରଙ୍ଗପୁର ଉପଖଣ୍ଡ କାରାଗାର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ତେବେ ଧାରଣାରେ ବସିଥିବା ବେଳେ ଜଣେ କର୍ମଚାରୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ସୂଚନା ଅନୁଯାୟୀ, ସୋମବାରଠୁ 5 ଦଫା ଦାବି ନେଇ ଆମରଣ ଅନଶନରେ ବସିଛନ୍ତି ରାଜ୍ୟର ସମସ୍ତ ଜେଲ କର୍ମଚାରୀ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଉପଖଣ୍ଡ କାରାଗାରର ଜେଲ କର୍ମଚାରୀମାନେ ମଧ୍ୟ ରାଇରଙ୍ଗପୁର ଉପଖଣ୍ଡ କାରାଗାର ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ବିଭିନ୍ନ ଦାବି ନେଇ ଗତ ୧୩ ତାରିଖରୁ କଳା ବ୍ୟାଚ ପିନ୍ଧି ଜେଲ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଥିଲେ । ହେଲେ ଦୀର୍ଘ ଦିନ ଧରି ସେମାନଙ୍କ ଦାବି ପ୍ରତି ରାଜ୍ୟ ସରକାର କୋୖଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ବାଧ୍ୟ ହୋଇ ସୋମବାରଠାରୁ ଜେଲ୍‌ ସମ୍ମୁଖରେ ଆମରଣ ଅନଶନରେ ବସିଥିବା କହିଛନ୍ତି ଜେଲ କର୍ମଚାରୀ ।

ରାଇରଙ୍ଗପୁର ଉପଖଣ୍ଡ କାରାଗାରର ୧୨ ଜଣ ପୁରୁଷ ଜେଲ କର୍ମଚାରୀ ଓ ୨ ଜଣ ମହିଳା ଜେଲ କର୍ମଚାରୀ ଆମରଣ ଅନଶନରେ ବସିଛନ୍ତି । ରାଜ୍ୟ ସରକାରଙ୍କ ନିକଟରେ ରଖିଥିବା ସେମାନଙ୍କର 5 ଦଫା ଦାବି ଗୁଡ଼ିକ ହେଲା ୱାର୍ଡ଼ର ମାନଙ୍କ ଗ୍ରେଡ୍‌ ପେ' ୧୯୦୦ରୁ ୨୦୦୦ ଓ ଚିଫ୍‌ ୱାର୍ଡରମାନଙ୍କ ଗ୍ରେଡ୍‌ ପେ' ୨୦୦୦ରୁ ୨୪୦୦ ଟଙ୍କାକୁ ବୃଦ୍ଧି, କାରାରକ୍ଷୀରୁ ମୁଖ୍ୟ କାରାରକ୍ଷୀ ପଦବୀ ପାଇଁ ପୁରୁଣା ପଦୋନ୍ନତୀ ନିୟମ ୨୦୧୨କୁ ଲାଗୁ, ଉପଖଣ୍ଡ ସ୍ତରକୁ ବଦଳି ନିୟମ କୋହଳ କରିବାକୁ ଦାବି, ଖାଦ୍ୟ ଭତ୍ତା ୪୦୦ଟଙ୍କାରୁ ୧୪୦୦ ଟଙ୍କାକୁ ବୃଦ୍ଧି କରାଯିବା ଓ ୧୩ ମାସିଆ ଦରମା ବୃଦ୍ଧି ।

ଏହାମଧ୍ୟ ପଢନ୍ତୁ..ତିନି ଦଫା ଦାବି ନେଇ ପ୍ରାଥମିକ ଶିକ୍ଷକଙ୍କ ଗଣଧାରଣା

ତେବେ ରାଇରଙ୍ଗପୁର ଉପଖଣ୍ଡ କାରାଗାରର ବରିଷ୍ଠ କାରାରକ୍ଷୀ ଇଶ୍ଵର ଚନ୍ଦ୍ର ବିଶ୍ବାଳ ଆମରଣ ଅନଶନରେ ସାମିଲ ହୋଇଥିଲେ । ତେବେ ସନ୍ଧ୍ୟା ସମୟରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଦିନ ସାରା ଅନଶନରେ ବସି ରହିଥିବା ବେଳେ ସେ ସନ୍ଧ୍ୟା ବେଳେ ଅସୁସ୍ଥ ହୋଇ ସଂଜ୍ଞାହୀନ ହୋଇ ପଡ଼ିଥିଲେ । ତୁରନ୍ତ ତାଙ୍କ ସାଥି କର୍ମଚାରୀମାନେ ତାଙ୍କୁ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ରାଇରଙ୍ଗପୁର ଉପଖଣ୍ଡ କାରାଗାରର ଚିଫ୍ ୱାର୍ଡର ନରହରି ପାତ୍ରଙ୍କ କହିବା ଅନୁଯାୟୀ, ୧୯୭୪ ମସିହାରେ ପୋଲିସ କର୍ମଚାରୀଙ୍କ ତୁଳନାରେ ଜେଲ କର୍ମଚାରୀଙ୍କ ଦରମା ଅଧିକ ଥିଲା ଏବଂ ପରେପରେ ଜେଲ କର୍ମଚାରୀଙ୍କ ଦରମା ହ୍ରାସ ପାଇଥିଲା । ତେବେ ସରକାର ଏଥିପ୍ରତି ଦୃଷ୍ଟି ଦେଇ ଜେଲ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ପଦକ୍ଷେପ ଗ୍ରହଣ କଲେ ଜେଲ କର୍ମଚାରୀମାନେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି ଚିଫ୍ ୱାର୍ଡର ନରହରି ପାତ୍ର ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details