ବାରିପଦା: ଜାତୀୟ ନାଗରିକ ପଞ୍ଜିକରଣ(ଏନଆରସି)କୁ ବିରୋଧ କରି ମୟୁରଭଞ୍ଜ ଯୁବ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ। ଏନଆରସି ପରିବର୍ତ୍ତେ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତ ଦେବା ଦରକାର ବୋଲି କହିଛି ଯୁବ କଂଗ୍ରେସ।
ଏନେଇ ମଙ୍ଗଳବାର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଏନଆରସିକୁ ବିରୋଧ ସହ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଦାବିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ ବାରିପଦା ଅବସରପ୍ରାପ୍ତ କର୍ମଚାରୀ ଭବନରେ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲେ ।
ଦେଶରେ ଏନଆରସିକୁ ନେଇ ବାବ ବିବାଦ ଲାଗି ଥିବାବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ବାରା ନ୍ୟାସନାଲ ରେଜିଷ୍ଟାର ଅଫ ଅନଏମ୍ପ୍ଲୟମେଣ୍ଟ (ଏନଆରୟୁ) ନାମକ ଏକ ରାଷ୍ଟ୍ରବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ କରାଯାଇଛି।