ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆତଙ୍କ । ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଆତଙ୍କ । ରାଇରଙ୍ଗପୁର ବନଖଣ୍ଡ ରାଇରଙ୍ଗପୁର ରେଞ୍ଜ ଅଧିନ କୁମ୍ଭାରଡୁବି ଓ କୁଆଳି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।
କୁମ୍ଭାରଡୁବି ଗାଁରେ ହାତୀ ଜଣଙ୍କ ଘରର ଚାଳ ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ କରିଥିବା ସୂଚନା ମିଳିଛି । ଏଥିସହ କୁଆଳି ଗାଁରେ ଦୁଇ ଜଣଙ୍କ ଘରୁ ପାଖାପାଖି 3.5 କୁଇଣ୍ଟାଲ ଧାନ ହାତୀ ଖାଇ ଦେଇଥିବା ଜଣାପଡିଛି ।