ଓଡିଶା

odisha

ETV Bharat / state

ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା, ବୁଦା ମୂଳରୁ ଉଦ୍ଧାର

ଜିଲ୍ଲାରେ ପୁଣି ଆଲୋଡା ହୋଇଛି ଶିଶୁ କନ୍ୟା । ଜନ୍ମ ଦେଇ ବୁଦା ମୂଳେ ଶିଶୁ କନ୍ୟାକୁ ଛାଡି ପଳାଇଛି ମା'। ଅଧିକ ପଢନ୍ତୁ...

By

Published : Aug 17, 2021, 10:09 PM IST

ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା, ବୁଦା ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର
ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା, ବୁଦା ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ରାଇରଙ୍ଗପୁର:ଜିଲ୍ଲାରେ ପୁଣି ଅଲୋଡା ସାବ୍ୟସ୍ତ ହୋଇଛି ନବଜାତ ଶିଶୁ କନ୍ୟା । ଗାଁରେ ଥିବା ଏକ ବୁଦା ମୂଳରୁ ଶିଶୁକନ୍ୟାଟିକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ତାମୁଡିଆ ଗ୍ରାମରେ ।

ପୁଣି ଅଲୋଡା ହେଲା ନବଜାତ ଶିଶୁ କନ୍ୟା, ବୁଦା ମୂଳରୁ ନବଜାତ ଶିଶୁକନ୍ୟା ଉଦ୍ଧାର

ସୂଚନାନୁସାରେ ଗ୍ରାମର ଏକ ବୁଦା ମୂଳରୁ ନବଜାତ ଶିଶୁକନ୍ୟାଟିକୁ ଗ୍ରାମବାସୀ ଉଦ୍ଧାର କରିଛନ୍ତି । ମଙ୍ଗଳବାର ସନ୍ଧ୍ୟା ସମୟରେ ବୁଦା ମୂଳରେ ପଡି ନବଜାତ ଶିଶୁକନ୍ୟାଟିର କାନ୍ଦ ଶୁଣି ଗ୍ରାମବାସୀ ଆସି ପହଁଞ୍ଚିବା ପରେ ସେହି ଗ୍ରାମର ମନୋଜ ପାତ୍ରଙ୍କ ସ୍ତ୍ରୀ ଅମ୍ବିକା ପାତ୍ର ଆଶାକର୍ମୀଙ୍କ ସହାୟତାରେ ଶିଶୁକନ୍ୟାଟିକୁ ଉଦ୍ଧାର କରି ୧୦୨ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଛନ୍ତି ।

ସେଠାରେ ଶିଶୁକନ୍ୟାଟିର ଚିକିତ୍ସା ଜାରି ରହିଥିବାବେଳେ ସ୍ବାସ୍ଥ୍ୟବସ୍ଥା ଭଲ ରହିଥିବା ନେଇ ଡାକ୍ତର ସୂଚନା ଦେଇଛନ୍ତି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ କାହିଁକି ଏବଂ କେଉଁ ପରିସ୍ଥିତିରେ ଶିଶୁଟିକୁ ଜନ୍ମ ଦେଇ ଜନ୍ମ କରିଥିବା ମା ସେଠାରେ ଫିଙ୍ଗି ଦେଇ ପଳାଇ ଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details