ଓଡିଶା

odisha

ETV Bharat / state

ପୁଣି ନାବାଳିକାକୁ ଦୁଷ୍କର୍ମ ! - rape in mayurbhanj district

ପୁଣି ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲାରୁ ଆସିଛି ଏଭଳି ଏକ ଅଭିଯୋଗ ଆସିଛି । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ କରୁଥିବାବେଳେ ଅଭିଯୁକ୍ତକୁ ଗିରଫ କରାଯାଇଛି ।

a minor girl rape in Mayurbhanj
ପୁଣି ନାବାଳିକା ଦୁଷ୍କର୍ମ ଅଭିଯୋଗ

By

Published : Dec 7, 2019, 6:33 PM IST

Updated : Dec 7, 2019, 11:51 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଲଜ୍ଜା । ଗୁରୁବାର ଜଣେ ନାବାଳିକା ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ପୀଡିତାଙ୍କ ପରିବାର ଲୋକେ । ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବାବେଳେ ଫେରାର ଥିବା ଅଭିଯୁକ୍ତକୁ ତିରିଂ ଥାନା ଅଞ୍ଚଳରୁ ଗିରଫ କରିଛି ବାଦାମପାହାଡ ପୋଲିସ । ଅଭିଯୁକ୍ତ ଜଣକ ତିରିଂ ଥାନା ତାରଣା ଗାଁର ଯୁବକ ସୁଜନ ମଣ୍ଡଳ । ଏହି ଘଟଣାରେ ପୋଲିସ ଅଧିକ ତଦନ୍ତ ଚଳାଇଛି ।

ପୁଣି ନାବାଳିକାକୁ ଦୁଷ୍କର୍ମ !

ବର୍ତ୍ତମାନ ସମୟରେ ସାରା ଦେଶରେ ଆଲୋଡନ ସୃଷ୍ଟି କରିଛି ଦୁଷ୍କର୍ମ ଅଭିଯୋଗ । ପ୍ରତିଦିନ ଦେଶର ବିଭିନ୍ନ କୋଣରୁ ଲଜ୍ଜା ଖବର ସାମ୍ନାକୁ ଆସୁଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Dec 7, 2019, 11:51 PM IST

ABOUT THE AUTHOR

...view details