ଓଡିଶା

odisha

ETV Bharat / state

ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ, ମା’ ମୃତ ଝିଅ ଗୁରୁତର - ଲଗାଣ ବର୍ଷା

ଲଘୁଚାପ ଜନିତ ବର୍ଷାରେ ବେହାଲ ସାରା ରାଜ୍ୟ । ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଅଞ୍ଚଳରେ କାନ୍ଥ ଭୁଶୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ଲଗାଣବର୍ଷାରେ କାନ୍ଥ ଭୁଶୁଡି ମା‘ମୃତ, ଝିଅ ଗୁରୁତର
ଲଗାଣବର୍ଷାରେ କାନ୍ଥ ଭୁଶୁଡି ମା‘ମୃତ, ଝିଅ ଗୁରୁତର

By

Published : Aug 26, 2020, 1:37 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଅଭାବନୀୟ ଘଟଣା । ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡି ମାଆ ମୃତ, ଝିଅ ଗୁରୁତର । ଆହତ ଝିଅକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନ ମହୁଳିଆଶୁଳି ଗାଁର ନନ୍ଦିନୀ ମୁଣ୍ଡା(60),ଶ୍ରୀମତି ମୁଣ୍ଡା(40) ଆହତ ହୋଇଛନ୍ତି ।

ଲଗାଣବର୍ଷାରେ କାନ୍ଥ ଭୁଶୁଡି ମା‘ମୃତ, ଝିଅ ଗୁରୁତର

ଜିଲ୍ଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି । ବୁଧବାର ଭୋର ୪ଟା ସମୟରେ ଉଭୟଙ୍କ ଉପରେ ଘର କାନ୍ଥ ପଡିଯାଇଥିଲା। ଗାଁ ଲୋକେ ଉଭୟ ମାଆ ଓ ଝିଅଙ୍କୁ କାନ୍ଥ ତଳେ ଚାପି ହୋଇଥିବା ଅବସ୍ଥାରେ ଦୁହିଁଙ୍କୁ ଉଦ୍ଧାର କରିଥିଲେ । ଉଭୟଙ୍କୁ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନା ଅଣାଯାଇଥିଲା କିନ୍ତୁ ସେଠାରେ ନନ୍ଦିନୀ ମୁଣ୍ଡାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାଙ୍କ ଝିଅ ଶ୍ରୀମତି ମୁଣ୍ଡାଙ୍କୁ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details