ଓଡିଶା

odisha

ETV Bharat / state

ଟ୍ରାଙ୍କୁଲାଇଜ ପରେ ଚିକିତ୍ସିତ ହେଲା ଅସୁସ୍ଥ ହାତୀ - ଟ୍ରାଙ୍କୁଲାର ସାହାଯ୍ୟରେ ଦନ୍ତାହାତୀକୁ ଉଦ୍ଧାର

ମସିଣାକାଟି ସଂରକ୍ଷିତ ଜଙ୍ଗଲରୁ ଅସୁସ୍ଥ ହାତୀକୁ ଉଦ୍ଧାର କରି ଚିକିତ୍ସା ଯୋଗାଇଲା ବନବିଭାଗ । ଅଧିକ ପଢନ୍ତୁ

ଟ୍ରାଙ୍କୁଲାଇଜ ପରେ ଚିକିତ୍ସିତ ହେଲା ଅସୁସ୍ଥ ହାତୀ
ଟ୍ରାଙ୍କୁଲାଇଜ ପରେ ଚିକିତ୍ସିତ ହେଲା ଅସୁସ୍ଥ ହାତୀ

By

Published : Oct 3, 2022, 7:16 AM IST

ବାରିପଦା:ବେତନଟୀ ରେଞ୍ଜ ଅନ୍ତର୍ଗତ ମସିଣାକାଟି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଥିବା ଅସୁସ୍ଥ ହାତୀକୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଇଛି । ଟ୍ରାଙ୍କୁଲାର ସାହାଯ୍ୟରେ ଦନ୍ତାହାତୀକୁ ଉଦ୍ଧାର ପରେ ଗତକାଲି (ରବିବାର) ଅସ୍ତ୍ରୋପଚାର ସହିତ ଆବଶ୍ୟକ ଚିକିତ୍ସା କରିଛି ବନ ବିଭାଗ ।

ଟ୍ରାଙ୍କୁଲାଇଜ ପରେ ଚିକିତ୍ସିତ ହେଲା ଅସୁସ୍ଥ ହାତୀ

ସୂଚନା ଅନୁଯାୟୀ, ଆହତ ହାତୀଟି ବେତନଟୀ ରେଞ୍ଜ ଅଧୀନ ଡୁମାପଦା, ଖଡିଶୋଳ, କାଞ୍ଚନନଗର, ମସିଣାକାଟି, ତୁଙ୍ଗାଧୁଆ ଅଞ୍ଚଳରେ ବିଚରଣ କରୁଥିଲା । ବିଭିନ୍ନ ଜଙ୍ଗଲ ଏବଂ ଗାଁ ବିଚରଣ କରୁଥିବା ସମୟରେ ଏକ ମୋଟା ପ୍ଲାଷ୍ଟିକଦୌଡ଼ି ବାମପଟ ଆଗ ଗୋଡ଼ରେ ଛନ୍ଦିହୋଇ ଯାଇଥିଲା l ଫଳରେ ହାତୀଟିର ଗୋଡରେ ଆଘାତ ଲାଗିଥିଲା, ଧୀରେ ଧୀରେ କ୍ଷତ ବଢିବା ସହିତ ଯନ୍ତ୍ରଣା ପାଇଁ ହାତୀ ସ୍ୱାଭାବିକ ଭାବେ ଚଳପ୍ରଚଳ କରିପାରୁନଥିଲା । ଏନେଇ ବେତନଟୀ ବନବିଭାଗର ଟିମ ଖବର ପାଇବା ପରେ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ହାତୀ ଛୁଆର ଗଳିତ ମୃତଦେହ ଉଦ୍ଧାର

ଏହାପରେ ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆରୁ ଡ଼.ବ୍ରଜରାଜ ଏବଂ ରୁଦ୍ରନାରାୟଣ ମହାପାତ୍ରଙ୍କ ସମେତ ଓୟୁଏଟିରୁ ପ୍ରଫେସର ଇନ୍ଦ୍ରମଣି ନାଥ, ଶିମିଳିପାଳ ଟାଇଗର ରିଜର୍ଭର ଡ଼. ପିୟୁଷ ସୋରେନ ପ୍ରମୁଖ ଡାକ୍ତରୀ ଟିମ ଗତକାଲି (ରବିବାର) ସକାଳେ ହାତୀ ନିକଟରେ ପହଞ୍ଚିଥିଲେ । ହାତୀ ନିକଟରେ ଡିଏଫଓ ସନ୍ତୋଷ ଯୋଶୀ, ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପର ଡେପୁଟି ଡାଇରେକ୍ଟର ଡ଼. ସମ୍ରାଟ ଗୌଡ଼ା ପ୍ରମୁଖ ଅଧିକାରୀଗଣ ମଧ୍ୟ୍ୟ ଉପସ୍ଥିତ ଥିଲେ । ଏହାପରେ ପ୍ରଫେସର ଇନ୍ଦ୍ରମଣି ନାଥ ଅସୁସ୍ଥ ହାତୀକୁ ଟ୍ରାଙ୍କୁଳାଇଜ କରିଥିଲେ । ହାତୀକୁ ଟ୍ରାଙ୍କୁଲାଇଜ କରିବାପରେ ଚିକିତ୍ସା ଆରମ୍ଭ କରାଯାଇଥିଲା । ଦୀର୍ଘ 4ଘଣ୍ଟାର ଉଦ୍ୟମ ପରେ ଅପରେସନ ସଫଳ ହୋଇଥିଲା ।

ତେବେ ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଛନ୍ଦି ହୋଇ ହାତୀର ଗୋଡରେ ଏଭଳି କ୍ଷତ ସୃଷ୍ଟି ହୋଇଥିବାର ଅନୁମାନ କରାଯାଉଥିବା ବେଳେ ଅପରେସନ ପରେ କ୍ଷତ ସ୍ଥାନରୁ ଏକ ମୋଟା ପ୍ଲାଷ୍ଟିକ ଦୌଡ଼ିକୁ ବାହାର କରାଯାଇଥିଲା l ଆବଶ୍ୟକତା ଇଞ୍ଜେକ୍ସନ ଏବଂ ଔଷଧ ଦିଆଯାଇ ଅସ୍ତ୍ରୋପଚାର ସଫଳ ପୂର୍ବକ ସମ୍ପୂର୍ଣ୍ଣ ଚିକିତ୍ସା କରାଯାଇଥିଲା । ଚିକିତ୍ସା ସମୟରେ ଏସିଏଫ ରବିନାରାୟଣ ମହାନ୍ତି, ରେଞ୍ଜର ଘନଶ୍ୟାମ ସିଂଙ୍କ ସମେତ ବିଭିନ୍ନ ରେଞ୍ଜରୁ ବନପାଳ, ବନରକ୍ଷୀ, ସବୁଜବାହିନୀ ଏବଂ ପାରା ବନକର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ । ବନବିଭାଗର କର୍ମଚାରୀ ହାତୀର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।

ABOUT THE AUTHOR

...view details