ଓଡିଶା

odisha

ETV Bharat / state

ଅଯୋଧ୍ୟା ପରେ ମୟୂରଭଞ୍ଜରେ ହେବ ରାମ ମନ୍ଦିର ନିର୍ମାଣ - ରାମ ମନ୍ଦିର ନିର୍ମାଣ

ଅଯୋଧ୍ୟାରେ ଶେଷ ହୋଇଛି ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ। ବାରିପଦାରେ ମଧ୍ୟ ନିର୍ମାଣ ହେବ ରାମ ମନ୍ଦିର । ଆଉ ସେଥିପାଇଁ ଭୂମି ନିରୂପଣ ହୋଇଛି । ଅଧିକ ପଢନ୍ତୁ...

ଅଯୋଧ୍ୟା ପରେ ମୟୁରଭଞ୍ଜରେ ହେବ ରାମ ମନ୍ଦିର ନିର୍ମାଣ
ଅଯୋଧ୍ୟା ପରେ ମୟୁରଭଞ୍ଜରେ ହେବ ରାମ ମନ୍ଦିର ନିର୍ମାଣ

By

Published : Aug 5, 2020, 8:51 PM IST

ବାରିପଦା:୫୦୦ ବର୍ଷର ସ୍ୱପ୍ନ ପୂରଣ ହେଇଛି ରାମଭକ୍ତଙ୍କ । ଅଯୋଧ୍ୟାରେ ନିର୍ମାଣ ହେବ ଭବ୍ୟ ରାମ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି। ତେବେ କେବଳ ଅଯୋଧ୍ୟା ନୁହେଁ ବାରିପଦାରେ ମଧ୍ୟ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ନିରୂପଣ ହୋଇଛି।

ଅଯୋଧ୍ୟା ପରେ ମୟୁରଭଞ୍ଜରେ ହେବ ରାମ ମନ୍ଦିର ନିର୍ମାଣ

ବାରିପଦା ୱାର୍ଡ ନମ୍ବର ୨୬ ଭୁଗୁଡାକଟା ବାବା ଆଖଣ୍ଡଳମଣି ମନ୍ଦିର ସମ୍ମୁଖରେ ନିର୍ମାଣ ହେବ ରାମ ମନ୍ଦିର । ବୁଧବାର ରାମ ମନ୍ଦିର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଭୂମି ନିରୂପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୟୁରଭଞ୍ଜ ସାଂସଦ ବିଶ୍ବେଶ୍ଵର ଟୁଡୁ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ଯୋଗ ଦେଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details