ଓଡିଶା

odisha

ETV Bharat / state

ମାତିଛନ୍ତି ବାଲି ମାଫିଆ ! ଅତିରିକ୍ତ ତହସିଲଦାରଙ୍କୁ କଲେ ଆକ୍ରମଣ - ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅଞ୍ଚଳ

ରାଇରଙ୍ଗପୁରରେ ମାତିଛନ୍ତି ବାଲି ମାଫିଆ । ବେଆଇନ ବାଲି ଚାଲାଣ ଉପରେ ଚଢାଉ ବେଳେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଅଧିକ ପଢନ୍ତୁ...

Additional Tehsildar attacked by sand mafia during raids
ମାତିଛନ୍ତି ବାଲି ମାଫିଆ, ଚଡାଉ ବେଳେ ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

By

Published : Oct 24, 2020, 10:37 AM IST

ରାଇରଙ୍ଗପୁର: ରାଇରଙ୍ଗପୁରରେ ମାତିଛନ୍ତି ବାଲି ମାଫିଆ । ଚାଲିଛି ବେଆଇନ ବାଲି ଚାଲାଣ । କିନ୍ତୁ ଏହି ବେଆଇନ ବାଲି ଚାଲାଣ ଉପରେ ଚଢାଉ ବେଳେ ଅତିରିକ୍ତ ତହସିଲଦାରଙ୍କୁ ବାଲି ମାଫିଆଙ୍କ ମରଣାନ୍ତକ ଆକ୍ରମଣ । ମୟୂରଭଞ୍ଜ ଜିଲ୍ଲା ଘାଗରବେଡା ଥାନା ଅନ୍ତର୍ଗତ ସଗୋଡ଼ା ଗାଁରେ ଘଟିଛି ଏଭଳି ଅଘଟଣ । ତେବେ ସଙ୍ଘବୋଧ ଆକ୍ରମଣ କରି ଲହୁଲୁହାଣ କରିଥିବା ଲିଖିତ ଅଭିଯୋଗ କଲେ ଅତିରିକ୍ତ ତହସିଲଦାର ବିରସେନ ବେହେରା ।

ମାତିଛନ୍ତି ବାଲି ମାଫିଆ, ଚଡାଉ ବେଳେ ଅତିରିକ୍ତ ତହସିଲଦାରଙ୍କୁ ମାଫିଆଙ୍କ ଆକ୍ରମଣ

ସୂଚନାମୁତାବକ, ଘାଗରବେଡା ଥାନା ଅନ୍ତର୍ଗତ ସଗଡ଼ା ଗାଁ ବୈତରଣୀ ନଦୀତୁଠରୁ ବେଆଇନ ବାଲି ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ ରରୁଆଁ ଅତିରିକ୍ତ ତହସିଲଦାରଙ୍କ ସହିତ ଅନ୍ୟ ଦୁଇ ଜଣ ତହସିଲ କର୍ମଚାରୀ ଚଢ଼ାଉ କରିବା ପାଇଁ ଯାଉଥିବା ବେଳେ ସଗୋଡା ଗାଁ ନିକଟରେ ତହସିଲ ଜିପକୁ ଅଟକାଇ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିବା ସହିତ ଅତିରିକ୍ତ ତହସିଲଦାର ଏବଂ ଅନ୍ୟ କର୍ମଚାରୀଙ୍କୁ ନିସ୍ତୁକ ପିଟିଥିଲେ ଦୁର୍ବୃତ୍ତ ।

ଥାନାରେ ଅଭିଯୋଗ ପରେ ଘାଗରବେଡା ଭାରପ୍ରାପ୍ତ ଥାନା ଅଧିକାରୀ ବାଲିଘାଟରେ ଚଡାଉ କରି ଗୋଟିଏ ପୋକଲେନ ଗାଡିକୁ ଜବତ କରିଥିବା ବେଳେ ବାଲି ମାଫିଆ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଛନ୍ତି । ତେବେ ଏନେଇ ଘାଗରବେଡା ଥାନାରେ ୩୪/୨୦ ମୁତାବକ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details