ଓଡିଶା

odisha

ETV Bharat / state

କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ, ନାବାଳକ ସମେତ 3 ଗିରଫ - ମୟୂରଭଞ୍ଜରେ ବୃଦ୍ଧାଙ୍କୁ ହତ୍ୟା

କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ହୁଲଡିହା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ରହିଥିବା ସୂଚନା । ଡାହାଣୀ ସନ୍ଦେହରେ ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତମାନେ ପୋଲିସ ପାଖରେ ସ୍ବୀକାର କରିଛନ୍ତି । ଅଧିକ ପଢ଼ନ୍ତୁ

କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା, ଜଣେ ନାବାଳକ ସମେତ ୩ ଅଭିଯୁକ୍ତ ଗିରଫ
କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା, ଜଣେ ନାବାଳକ ସମେତ ୩ ଅଭିଯୁକ୍ତ ଗିରଫ

By

Published : Oct 19, 2022, 7:31 AM IST

ରାଇରଙ୍ଗପୁର: କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଏନେଇ ମହୁଲଡିହା ପୋଲିସ ପକ୍ଷରୁ ସୂଚନା ମିଳିଛି । ତେବେ ଡାହାଣୀ ସନ୍ଦେହରେ ଏହି ହତ୍ୟାକାଣ୍ଡ ଭିଆଇଥିବା ଅଭିଯୁକ୍ତ ମାନେ ପୋଲିସ ପାଖରେ ସ୍ବୀକାର କରିଛନ୍ତି ।

କୁରାଢ଼ୀରେ ହାଣି ବୃଦ୍ଧାଙ୍କୁ ହତ୍ୟା, ଜଣେ ନାବାଳକ ସମେତ ୩ ଅଭିଯୁକ୍ତ ଗିରଫ

ସୂଚନା ଅନୁସାରେ, ଗତ ୧୧ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଅନ୍ତର୍ଗତ ଭାଲିଆଡାଳ ଗ୍ରାମପଞ୍ଚାୟତ ଅଧିନ ବଉଳା ଗ୍ରାମରେ ନିଜ ଘର ବାହାରେ ଜଣେ ୬୨ ବର୍ଷୀୟ ବୃଦ୍ଧା ସୁନେଇ ପୂର୍ତ୍ତୀଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ମହୁଲଡିହା ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଡାହାଣୀ ସନ୍ଦେହରେ ଏକ କୁରାଢ଼ୀରେ ଛେଚି ବୃଦ୍ଧାଙ୍କୁ ହତ୍ୟା କରିଥିବା ପୋଲିସ ଆଗରେ ଅଭିଯୁକ୍ତମାନେ ସ୍ବୀକାର କରିଥିବା ପୋଲିସ କହିଛି । ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳକ ଥିବାବେଳେ ଅନ୍ୟ ଦୁଇଜଣ ହେଉଛନ୍ତି ଝରଝରି ଗ୍ରାମର ମାନକୀ ମୁଣ୍ଡୁରୀ ଓ କାଣ୍ଡେ ହେମ୍ବ୍ରମ ।

ପୋଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ୩ ଜଣ ମଧ୍ୟରୁ ମାନକୀ ମୁଣ୍ଡୁରୀର ମାଆଙ୍କର ଏକ ମାସ ପୂର୍ବରୁ ମୃତ୍ୟୁ ଘଟିଥିଲା । ସେହିପରି କାଣ୍ଡେର ବାପାଙ୍କ ଅଢେଇ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିଲା ଏବଂ ନାବାଳକ ଅଭିଯୁକ୍ତର ଭାଇ ୧ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ତେବେ ସେହି ବୃଦ୍ଧା ଡାହାଣୀ ବିଦ୍ୟା ପ୍ରୟୋଗ କରି ସେମାନଙ୍କୁ ମାରି ଦେଇଥିବା ସନ୍ଦେହରେ ବୃଦ୍ଧା ସୁନେଇକୁ ହତ୍ୟା କରିବାକୁ ଏହି ୩ ଜଣ ଯୋଜନା କରିଥିଲେ । ଗ୍ରାମରେ ଜୟରାମ ପୂର୍ତ୍ତୀ ଓ ତାଙ୍କ ସ୍ତ୍ରୀ ସୁନେଇ ଦୁଇ ଜଣ ଏକ ନିଛାଟିଆ ସ୍ଥାନରେ ଥିବା ନିଜ ଘରେ ରହୁଥିଲେ । ତେବେ ଗତ ମଙ୍ଗଳବାର ଦିନ ସ୍ବାମୀ ଜୟରାମ ଭାଲିଆଡାଳ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଭତ୍ତା ପାଇଁ ଆସି ଭାଲିଆଡାଳ ଗ୍ରାମରେ ସମ୍ପର୍କୀୟଙ୍କ ଘରେ ରହିଯାଇଥିଲେ ।

ଏହି ସୁଯୋଗରେ ୩ ଅଭିଯୁକ୍ତ ସେହିଦିନ ରାତିରେ ତାଙ୍କ ଘରକୁ ଆସି ଏକ କୁରାଢ଼ୀରେ ସୁନେଇର ମୁଣ୍ଡକୁ ଆଘାତ କରି ହତ୍ୟା କରି ପଳାଇ ଯାଇଥିଲେ । ବୁଧବାର ରାତିରେ ସ୍ବାମୀ ଜୟରାମ ଘରକୁ ଫେରି ଘର ବାହାରେ ସ୍ତ୍ରୀର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ସାହି ପଡୋଶୀଙ୍କୁ ଆସି ସହାୟତା କରିବାକୁ କହିଥିଲେ ମଧ୍ୟ ତାଙ୍କୁ କେହି ସହାୟତା କରିନଥିଲେ । ଗୁରୁବାର ସକାଳେ ନିଜ ପୁତୁରା ସହିତ ଆସି ଥାନାରେ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରିଥିଲା । କିନ୍ତୁ ସେଦିନ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ପାଇପାରିନଥିଲା । ତେବେ କେସ ନମ୍ବର ୬୩/୨୦୨୨ ଅନୁଯାୟୀ ଏକ ମାମଲା ରୁଜୁ କରି ଅନୁସନ୍ଧାନ ଜାରି ରଖି ୩ ଜଣକୁ ଗିରଫ କରିବାରେ ସଫଳ ହୋଇଥିବା ମହୁଲଡିହା ଥାନା ଆଇଆଇସି ରାଞ୍ଜୁ ହସିନା କୁଲୁ କହିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details