ଓଡିଶା

odisha

ETV Bharat / state

RIଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା, ୩ ଗିରଫ - ବଡପଥରା RIଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଘଟଣା

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ତହସିଲ ବଡପଥରା ଆରଆଇଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି ଜଣ ଫେରାର ଥିବା ଜଣାପଡ଼ିଛି । ଅଧିକ ପଢ଼ନ୍ତୁ

badapathara revenue inspector attack case
RIଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

By

Published : Aug 8, 2023, 10:49 PM IST

RIଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା

ରାଇରଙ୍ଗପୁର: ଆରଆଇଙ୍କୁ ପଥର ମାଫିଆଙ୍କ ମରଣାନ୍ତକ ଆକ୍ରମଣ ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଘଟଣାରେ ମୋଟ ୬ ଜଣ ଅଭିଯୁକ୍ତଙ୍କ ନାଁରେ ଏତଲା ଦିଆଯାଇଥିବା ବେଳେ କେବଳ ୩ ଜଣଙ୍କୁ ପୋଲିସ ଗିରଫ କରିଛି । ଅନ୍ୟ ୩ ଜଣ ଫେରାର ଥିବା ଜଣାପଡ଼ିଛି । ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ତହସିଲ ବଡପଥରା ଆରଆଇଙ୍କୁ ପଥର ମାଫିଆ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ପାଇବା ପରେ ପୋଲିସ ବିଭାଗ ତତ୍ପରତା ଦେଖାଇ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ସପଞ୍ଚୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଶିରିଶଚନ୍ଦ୍ରପୁରରେ ଥିବା ଓମ୍ ଲିସା ଷ୍ଟୋନ୍ କ୍ରସର ୟୁନିଟ ଉପରେ ଖୁଣ୍ଟା ଥାନା ପୋଲିସ ଚଢାଉ କରିଥିଲା । ଚଢ଼ାଉ କରି ସେଠାରୁ ଗୋଟିଏ ଟ୍ରାକ୍ଟର, ଜେସିବି, ଡମ୍ପର ଓ ଏକ ଅତ୍ୟାଧୁନିକ ଏସ୍କାଭେଟର ମେସିନକୁ ଜବତ କରିଛି । ତେବେ ଭୟରେ ତିନି ଜଣ ଅଭିଯୁକ୍ତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ପୋଲିସ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତିନି ଅଭିଯୁକ୍ତ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ସପଞ୍ଚୁଆ ଗ୍ରାମର ବିଜୟ କୁମାର ନାଏକ, କୁଶଡିହା ଗ୍ରାମର ସମୀର କୁମାର ହେମ୍ବ୍ରମ୍ ଓ ଚାନ୍ଦରାୟ ସୋରେନ । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ସମେତ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡିଛି ।

ଏହା ମଧ୍ୟ ପଢ଼ନ୍ତୁ:RIଙ୍କୁ ମରଣାନ୍ତକ ଆକ୍ରମଣ, ୬ ମାଫିଆଙ୍କ ନାଁରେ ମାମଲା

ସୂଚନାଯୋଗ୍ୟ, ଖୁଣ୍ଟା ତହସିଲ ଅନ୍ତର୍ଗତ ସୁବର୍ଣ୍ଣମଞ୍ଜରୀ ଅଞ୍ଚଳରେ ବେଆଇନ ପଥର କାରବାର ହେଉଥିବାର ଖବର ମିଳିଥିଲା । ଗତ ୫ ତାରିଖ ଭୋର ସକାଳୁ ଖୁଣ୍ଟା ତହସିଲର ବଡପଥରା ଆରଆଇ ଦୟାନିଧି ରାଉତ ଘଟଣାସ୍ଥଳକୁ ଯାଉଥିବା ବେଳେ ସପଞ୍ଚୁଆ ଫରେଷ୍ଟ ବିଟ ନିକଟରେ ତାଙ୍କୁ ପଥର ମାଫିଆ ମାନେ ଆକ୍ରମଣ କରିଥିଲେ । ଫଳରେ ଆରଆଇଙ୍କ ମୁଣ୍ଡ ଫାଟି ଯାଇଥିଲା । ଏ ସମ୍ପର୍କରେ ଦୟାନିଧି ରାଉତ ଖୁଣ୍ଟା ତହସିଲଦାର ଅଙ୍କୁର ଅଭିଳାଷଙ୍କୁ କୌଣସି ମତେ ଖବର ଦେବାରୁ ସେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ଏଥି ସହିତ ଚିକିତ୍ସା ନିମନ୍ତେ ତାଙ୍କୁ ଡୁକୁରା ମେଡିକାଲରେ ଭର୍ତ୍ତି କରିଥିଲେ । ଏହି ଘଟଣାକୁ ନେଇ ଖୁଣ୍ଟା ଥାନା ପୋଲିସ ନିକଟରେ ୬ ଜଣ ମାଫିଆଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details