ଓଡିଶା

odisha

ETV Bharat / state

ଦ୍ବାରଶୁଣି ଘାଟିରେ 50ଫୁଟ ତଳକୁ ଖସିଲା ଟ୍ରକ, 2 ମୃତ - ଟ୍ରକ ଦୁର୍ଘଟଣା

ମା ଦ୍ବାରଶୁଣି ଘାଟିରେ ପୁଣି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଟ୍ରକ ଭାଙ୍ଗି ଚୁରମାର । 2 ଜଣ ମୃତ ଓ ଜଣେ ଗୁରୁତର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

By

Published : Nov 18, 2019, 10:33 AM IST

ବାରିପଦା: 49 ନମ୍ବର ଜାତୀୟ ରାଜପଥର ମା ଦ୍ବାରଶୁଣି ଘାଟିରେ ପୁଣି ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଓ ହେଲପର ମୃତ୍ୟୁବରଣ କରିଥିବା ବେଳେ ଏଥିରେ ଥିବା ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ । ଗୁରୁତରଙ୍କ ନାମ ଦିଲ୍ଲୀପ ଦାସ ଓ ତାଙ୍କ ଘର ଛତିଶଗଡ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ଓ ବାଙ୍ଗରିପୋଷି ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଲୁହା ବୋଝେଇ ଟ୍ରକଟି ଚଣ୍ଡିଗଡ଼ରୁ କୋଲକାତା ଅଭିମୁଖେ ଯାଉଥିଲା । ଦ୍ବାରଶୁଣି ଘାଟିରେ ଟ୍ରକଟି ଭାରସାମ୍ୟ ହରାଇବା ସହ ପ୍ରାୟ 50 ଫୁଟ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଏହି ଦୁର୍ଘଟଣା ଆଜି ସକାଳ 7 ଟାରୁ 8ଟା ମଧ୍ୟରେ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି।


ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details