ଓଡିଶା

odisha

ପ୍ରେମରେ ବିଫଳ ହୋଇ ଜୀବନ ହାରିଲା ଯୁବକ !

By ETV Bharat Odisha Team

Published : Sep 14, 2023, 9:25 PM IST

ପ୍ରେମରେ ବିଫଳ ହେବାରୁ କୀଟନାଶକ ଖାଇ ଜୀବନ ହାରିଥିବା ସନ୍ଦେହ । ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ଚିତ୍ର । ଅଧିକ ପଢନ୍ତୁ

ପ୍ରେମରେ ବିଫଳ ହେବାରୁ କୀଟନାଶକ ଖାଇ ଜୀବନ ହାରିଥିବା ସନ୍ଦେହ
ପ୍ରେମରେ ବିଫଳ ହେବାରୁ କୀଟନାଶକ ଖାଇ ଜୀବନ ହାରିଥିବା ସନ୍ଦେହ

ପ୍ରେମରେ ବିଫଳ ହେବାରୁ କୀଟନାଶକ ଖାଇ ଜୀବନ ହାରିଥିବା ସନ୍ଦେହ

ରାଇରଙ୍ଗପୁର : ପ୍ରେମରେ ବିଫଳ ହେବାରୁ କୀଟନାଶକ ଖାଇ ପ୍ରେମିକ ଜୀବନ ହାରିଥିବା ଅଭିଯୋଗ । ଏପରି ଏକ ଅଭାବନୀୟ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ଖଡମ ବେଡା ଗ୍ରାମପଞ୍ଚାୟତର ମୁଷାମାରୀ ଗ୍ରାମରେ।

ପିରବାର କହିବା ଅନୁଯାୟୀ, ମୁଷାମାରୀ ଗ୍ରାମର‌ ସାଉନା ହେମ୍ବ୍ରମଙ୍କ ୨୧ ବର୍ଷର ପୁଅ ସାଇବା ହେମ୍ବ୍ରମ ପାଖାପାଖି ସପ୍ତାହେ ହେବ ବିଶୋଇ ଲ୍ୟାମ୍ଫସରେ କାର୍ଯ୍ୟ କରୁଥିଲେ । ତେବେ ଆଜି ସକାଳୁ ଲ୍ୟାମ୍ଫସ ଯିବା ପରିବର୍ତ୍ତେ ଦେହ ଭଲ ଲାଗୁନଥିବା କହି ଘରେ ରହିଥିଲା । ତେବେ କାହିଁକି ଦେହ ଭଲ ଲାଗୁନି ବୋଲି ବାପା ସାଉନା ଏ ସମ୍ପର୍କରେ ପୁଅକୁ ପଚାରିଥିଲେ । ବାପା ପଚାରିବାରୁ ସାଇବା କୀଟନାଶକ ଔଷଧ ଖାଇ ଦେଇଥିବା ବାପାଙ୍କୁ କହିଥିଲେ । ପରିବାର ଲୋକେ ଏହା ଜାଣିପାରି ସାଇବାକୁ ଉଦ୍ଧାର କରି ତୁରନ୍ତ ବିଶୋଇ ସ୍ଥିତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଡାକ୍ତର ବହୁ ପ୍ରୟାସ ସତ୍ତ୍ୱେ ସାଇବା ପିଇ ଦେଇଥିବା ବିଷକୁ ବାହାର କରି ପାରି ନଥିଲେ । ଫଳରେ ବାଧ୍ୟ ହୋଇ ବାପା ସାଉନା ହେମ୍ବ୍ରମ ପୁଅକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। ହେଲେ ସେଠାରେ ଡାକ୍ତର ସାଇବା ହେମ୍ବ୍ରମଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଡାକ୍ତର ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବିଶୋଇ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ମୃତଦେହର ବ୍ୟବଚ୍ଛେଦ ନିମନ୍ତେ ରାଇରଙ୍ଗପୁର ମେଡିକାଲକୁ ପଠାଇଥିଲେ । ତେବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଏହା ମଧ୍ଯ ପଢନ୍ତୁ..ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଲେ ପରିବାର ଲୋକେ

ସେପଟେ ମୃତକଙ୍କ ବାପା କହିଛନ୍ତି, ଦୀର୍ଘ ଦିନ ହେବ ପୁଅ ସାଇବା ଏକ ଝିଅକୁ ଭଲ ପାଉଥିଲେ ବୋଲି କହିଥିଲା । କିଛି ଦିନ ହେବ ସେ ଅନ୍ୟମନସ୍କ ରହିବା ସହ କାହକୁ କିଛି କହୁନଥିଲା । ତେବେ କେଉଁ ପରିସ୍ଥିତିରେ ପଡ଼ି ସାଇବା ହେମ୍ବ୍ରମ କୀଟନାଶକ ଔଷଧ ଖାଇ ଦେଇଥିଲେ ଏସମ୍ପର୍କରେ ସ୍ପଷ୍ଟ ଭାବେ କୌଣସି ସୂଚନା ମିଳି ପାରିନାହିଁ । ପ୍ରେମରେ ବିଫଳ ହୋଇ କୀଟନାଶକ ଔଷଧ ଖାଇ ଜୀବନ ହାରି ଦେଇଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ପୋଲିସର ତଦନ୍ତ ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ ବୋଲି ପୋଲିସ ସୂଚନା ଦେଇଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details