ରାଇରଙ୍ଗପୁର: ସାମାନ୍ୟ ବଚସାରୁ ରକ୍ତପାତ । ସମ୍ପର୍କୀୟ କକାଙ୍କୁ କୁରାଢି ବେଣ୍ଟରେ ପିଟି ପିଟି ହତ୍ୟା କଲା ପୁତୁରା । ଏଭଳି ଏକ ଅଭାବନୀୟ ଘଟଣାଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବୁଢ଼ାମରା ଗ୍ରାମରେ। ମୃତକ ଜଣକ ହେଉଛନ୍ତି ସେହି ଗ୍ରାମର ସୁକେଶ ମହାନ୍ତ ।
ମିଳିଥିବା ସୂଚନା ଅନୁଯାୟୀ, ସୁକେଶ ମହାନ୍ତ ଓ ତାଙ୍କ ସମ୍ପର୍କୀୟ ପୁତୁରା ଚନ୍ଦ୍ର ମୋହନ ମହାନ୍ତ ଛେଳି ଚରାଇ ଫେରୁଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଚନ୍ଦ୍ର ମୋହନ ସୁକେଶଙ୍କ ମୁଣ୍ଡରେ ଏକ କୁରାଢି ବେଣ୍ଟରେ ଆକ୍ରମଣ କରିଥିଲା । ସୁକେଶଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ବୋହୂ ଶାନ୍ତିଲତା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ଫଳରେ ସୁକେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ବୋହୂ ଶାନ୍ତିଲତା ମଧ୍ୟ ଏଥିରେ ଆହତ ହୋଇଥିଲେ ।