ଓଡିଶା

odisha

ETV Bharat / state

ଶିକାରୀ ସନ୍ଦେହ, ଯୁବକକୁ ପିଟି ପିଟି ହତ୍ୟା ଅଭିଯୋଗ - ବନ ବିଭାଗ

ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଶିକାରୀ ଭାବି ଜଣେ ଯୁବକଙ୍କୁ ବନ ବିଭାଗର କର୍ମଚାରୀ ପିଟି ପିଟି ମାରିଦେଇଥିବାର ଅଭିଯୋଗ। ଅଧିକ ପଢନ୍ତୁ...

The young man was beaten to death as a hunter
ଶିକାରୀ ଭାବି ଯୁବକଙ୍କୁ ପିଟି ପିଟି ହତ୍ୟା, ପ୍ରତିଶ୍ରୁତି ପରେ ହଟିଲା ଧାରଣା

By

Published : Oct 24, 2020, 7:58 AM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ପୋଡ଼ାଡିହା ପଞ୍ଚାୟତର ନଛିପୁର ଗ୍ରାମର ଜଣେ ବ୍ୟକ୍ତି ଶିମିଳିପାଳ ଜଙ୍ଗଲ ଭିତରକୁ ଯାଇଥିବା ବେଳେ କରତବସା ରେଞ୍ଜରେ ଶିକାରୀ ସନ୍ଦେହରେ ଯୁବକଙ୍କୁ ବନ ବିଭାଗର କର୍ମଚାରୀ ପିଟିପିଟି ମାରିଦେଇଥିବାର ଅଭିଯୋଗ ହୋଇଛି ।

ଶିକାରୀ ଭାବି ଯୁବକଙ୍କୁ ପିଟି ପିଟି ହତ୍ୟା, ପ୍ରତିଶ୍ରୁତି ପରେ ହଟିଲା ଧାରଣା

ତେବେ ଗତ ୯ ତାରିଖରେ ଏହି ଘଟଣା ଘଟିଥିବାବେଳେ ଏହା ପ୍ରତିବାଦରେ ଗ୍ରାମବାସୀମାନେ ମୟୂରଭଞ୍ଜ ପୋଡାଡିହା ରେଞ୍ଜ ଅଫିସ ସମ୍ମୁଖରେ ମୃତକଙ୍କ ମୃତ ଶରୀର ରଖି ଧାରଣା ଦେଇଥିଲେ ।

ଦୀର୍ଘ ସମୟ ଧରି ଧାରଣା ରେ ବସିଥିଲେ ମଧ୍ୟ ବନ ବିଭାଗ କୌଣସି ପଦକ୍ଷେପ ନେଇ ନଥିଲେ । ଏହାପରେ ଆନ୍ଦୋଳନକାରୀମାନେ ରେଞ୍ଜ କାର୍ଯ୍ୟାଳୟ ଭିତରେ ପଶି ଭଙ୍ଗାରୁଜା କରିଥିଲେ l ଗ୍ରାମବାସୀଙ୍କ ଏପରି ଭଙ୍ଗାରୁଜା ପରେ ବନ ବିଭାଗ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ତେବେ ରେଞ୍ଜରଙ୍କ କହିବାନୁଯାଇ ମୃତକଙ୍କ ସ୍ତ୍ରୀକୁ ନିଯୁକ୍ତି ଓ ଅନ୍ତେଷ୍ଟି କ୍ରିୟା ପାଇଁ ଦଶହଜାର ଟଙ୍କା ସହାୟତା ଦିଆଯିବ l ବନ ବିଭାଗର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଥିଲେ ଆନ୍ଦୋଳନକାରୀ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details