ଓଡିଶା

odisha

ETV Bharat / state

ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଘଟିଛି ଏପରି ଏକ ଲଜ୍ଜାଜନକ ଘଟଣା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ...

By

Published : May 5, 2020, 5:15 PM IST

A young man has been arrested on rape a minor girl
ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ରାଇରଙ୍ଗପୁର: ଦେଶସାରା ଦୁଷ୍କର୍ମ ପ୍ରତିବାଦର ବହ୍ନି। ହାଇଦ୍ରାବାଦରେ ଚାରି ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟର। ତଥାପି ବଦଳୁନି ମାନସିକତା, ମାତିଛନ୍ତି ଯୌନ ପିପାସୁ। ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଞ୍ଚଳରେ ଘଟିଛି ଏପରି ଏକ ଲଜ୍ଜାଜନକ ଘଟଣା । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଯୁବକ ଗିରଫ ।

ପୁଣି ଲଜ୍ଜା, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅଭିଯୋଗ ଅନୁଯାୟୀ, ନାବାଳିକା ଶୌଚ ପାଇଁ ଯାଇଥିବା ସମୟରେ ଯୁବକ ଜଣକ ଏକୁଟିଆ ପାଇ ତାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ଏନେଇ ପିଡିତାଙ୍କ ବାପା ଗୋରୁମହିଷାଣୀ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଗୋରୁମହିଷାଣୀ ପୋଲିସ ଅଭିଯୁକ୍ତ କୁ ଅଟକ ରଖି ପଚରାଉଚରା ଜାରି ରଖିବା ସହିତ ଉଭୟ ପିଡିତା ଓ ଅଭିଯୁକ୍ତଙ୍କ ଡ଼ାକ୍ତରୀ ପରୀକ୍ଷା କରାଇଥିଲେ।

ଘଟଣାର ସତ୍ୟାସତ୍ୟ ଜାଣିବା ପରେ ଗୋରୁମହିଷାଣୀ ପୋଲିସ ପୋକ୍ସୋ ଆଇନ ଅନୁଯାୟୀ ଯୁବକକୁ ଗିରଫ କରି ଆଜି ବାରିପଦା ପୋକ୍ସୋ କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ଗୋରୁମହିଷାଣୀ ଥାନା ଅଞ୍ଚଳର ସୁଶାନ୍ତ ମହାକୁଡ଼ ବୋଲି ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରୀଡ଼ା, ଇଟିଭି ଭାରତ

ABOUT THE AUTHOR

...view details