ବାରିପଦା: ଦେଖୁ ଦେଖୁ ଆଖି ଆଗରେ ବାଇକ ସହ ଭାସିଗଲେ ଯୁବକ । ଏମିତି ଘଟଣା ଘଟିଛି ବାରିପଦା ସହରରେ । ଶନିବାର ଦ୍ବିପ୍ରହରରେ ବାରିପଦା ସହରରେ ପ୍ରାୟ ଏକ ଘଣ୍ଟା ଧରି ବାଦଲ ଫଟା ବର୍ଷା ଯୋଗୁଁ ଶୁକଯୋଡ଼ ନାଳରେ ପାଣି ବଢି ଯାଇଥିଲା । ତେବେ ଜଣେ ଯୁବକ ନିଜ ବାଇକରେ ଶୁକଯୋଡ଼ ନାଳ ପୋଲ ପାରି ହେଉଥିବା ବେଳେ ଭାସି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।
ଶୁକଯୋଡ଼ ନାଳରେ ବାଇକ ସହ ଭାସିଗଲେ ଯୁବକ - ଶୁକଯୋଡ଼ ନାଳରେ ଅଘଟଣ
ଦେଖୁ ଦେଖୁ ଆଖି ଆଗରେ ବାଇକ ସହ ଭାସିଗଲେ ଯୁବକ । ଏମିତି ଘଟଣା ଘଟିଛି ବାରିପଦା ସହରରେ । ତେବେ ଜଣେ ଯୁବକ ନିଜ ବାଇକରେ ଶୁକଯୋଡ଼ ନାଳ ପୋଲ ପାରି ହେଉଥିବା ବେଳେ ଭାସି ଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଅଧିକ ପଢନ୍ତୁ...

ଶୁକଯୋଡ଼ ନାଳରେ ଅଘଟଣ, ଦେଖୁ ଦେଖୁ ବାଇକ ସହ ଭାସିଗଲେ ଯୁବକ
ଶୁକଯୋଡ଼ ନାଳରେ ଅଘଟଣ, ଦେଖୁ ଦେଖୁ ବାଇକ ସହ ଭାସିଗଲେ ଯୁବକ
୧୯ନଂ ୱାର୍ଡରୁ ୧୭ ନମ୍ବର ୱାର୍ଡକୁ ସଂଯୋଗ କରୁଥିବା ଶୁକଯୋଡ଼ ପୋଲ ପାରି ହେଉଥିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ବାରିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ ବି ଯୁବକଙ୍କ ବର୍ତ୍ତମାନ ସୁଦ୍ଧା କୌଣସି ପତ୍ତା ମିଳି ପାରିନାହିଁ । ଏପଟେ ଭାସିଯାଇଥିବା ଯୁବକଙ୍କ ଏଯାବତ କୌଣସି ପରିଚୟ ମିଳି ନଥିବା ବେଳେ ବାରିପଦା ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ