ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ସାପ ଆତଙ୍କ, ଦୁଇ ଦିନରେ ଗଲାଣି ଦୁଇ ଜୀବନ

ମୟୂରଭଞ୍ଜ ଜିଲ୍ଲାରେ ପୁଣି ସାପ ଦଂଶନରେ ଗଲା ଜୀବନ । ବିଷଧର ସାପ କାମୁଡ଼ାରେ ଯୁବକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

By

Published : Jul 26, 2023, 6:06 PM IST

ଶୋଇଥିବା ଅବସ୍ଥାରେ ସାପ ଦଂଶନରେ ଗଲା ଯୁବକର ଜୀବନ
ଶୋଇଥିବା ଅବସ୍ଥାରେ ସାପ ଦଂଶନରେ ଗଲା ଯୁବକର ଜୀବନ

ଶୋଇଥିବା ଅବସ୍ଥାରେ ସାପ ଦଂଶନରେ ଗଲା ଯୁବକର ଜୀବନ

ରାଇରଙ୍ଗପୁର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ସାପ ଆତଙ୍କ । ଶୋଇଥିବା ଅବସ୍ଥାରେ ସାପ ଦଂଶନରେ ଗଲା ଜୀବନ । ଏପରି ଏକ ଅଘଟଣ ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ସୁନାପୋଷି ଗ୍ରାମରେ । ସୂଚନା ଅନୁଯାୟୀ, ସୁନାପୋଷୀ ଗ୍ରାମର ମଦନ ମୁର୍ମୁଙ୍କ ୨୨ ବର୍ଷର ପୁଅ ବିଜୟ ମୁର୍ମୁ ଗତକାଲି(ମଙ୍ଗଳବାର) ରାତିରେ ଚଟାଣରେ ଶଯ୍ୟା ବିଛାଇ ଶୋଇଥିଲେ । ଆଜି ସକାଳୁ ପରିବାର ଲୋକେ ବିଜୟଙ୍କୁ ଡାକିଥିଲେ ମଧ୍ୟ ବିଜୟ କୌଣସି ପ୍ରତିକ୍ରିୟା ଦେଇନଥିଲେ । ପରେ ପରିବାର ଲୋକେ ଘର ମଧ୍ୟରେ ଏକ ବିଷାକ୍ତ ଚିତି ସାପ ଦେଖିବାକୁ ପାଇଥିଲେ । ଚିତି ସାପଟି ପୁଅକୁ କାମୁଡି ଦେଇଥିବାର ସନ୍ଦେହ କରି ପରିବାର ଲୋକେ ଚିତି ସାପକୁ ଧରିବା ସହ ବିଜୟକୁ ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନାକୁ ନଇଥିଲେ ।

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ବିଜୟଙ୍କ ଚିକିତ୍ସା ଚାଲିଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡି ଯିବାରୁ ଡାକ୍ତର ତାଙ୍କୁ ବାରିପଦା PRM ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ସ୍ଥାନାନ୍ତର ପୂର୍ବରୁ ରାଇରଙ୍ଗପୁର ହସ୍ପିଟାଲରେ ହିଁ ବିଜୟ ମୃତ୍ୟୁବରଣ କରିଥିବା ଡାକ୍ତର ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ଘଟଣା ସମ୍ପର୍କରେ ଡାକ୍ତର ବିଶୋଇ ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା ।

ଅଧିକ ପଢ଼ନ୍ତୁ: ପୁଣି ଜୀବନ ନେଲା ବିଷଧର ସାପ; ଦେଢବର୍ଷ ଶିଶୁର ମୃତ୍ୟୁ, ମାଆ ଗୁରୁତର

ସେହିପରି ଗତକାଲି(ମଙ୍ଗଳବାର) ମୟୂରଭଞ୍ଜ ଜିଲ୍ଲାର ଶରତ ଥାନା ଅନ୍ତର୍ଗତ କଟୁରିଆ ଗ୍ରାମରେ ମଧ୍ୟ ବିଷାକ୍ତ ସର୍ପାଘାତରେ ଜଣେ ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ବେଳେ ଶିଶୁର ମାଆ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି । ଉଭୟ ମାଆ ଓ ପୁଅ ମଶାରୀ ଟାଙ୍ଗି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ଏକ ବିଷାକ୍ତ ସାପ ଉଭୟ ମାଆ ଓ ଶିଶୁପୁତ୍ରଙ୍କୁ କାମୁଡ଼ି ଦେଇଥିଲା । ହଠାତ୍ ନିଦ ଭାଙ୍ଗି ଯିବାରୁ ଘର ଭିତରେ ଏକ ଚିତି ସାପ ଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ପରେ ଆମ୍ବୁଲାନ୍ସକୁ ଖବର ଦିଆ ଯାଇଥିଲା । ହେଲେ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଜଗା ମହାକୁଡ଼ ଉଭୟ ମାଆ ଓ ପୁଅଙ୍କୁ ଉଦଳା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ଶିଶୁପୁତ୍ରଟିକୁ ମୃତ ଘୋଷଣା କରିଥିଲେ ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details