ଓଡିଶା

odisha

ETV Bharat / state

ଡାକ୍ତରଖାନାରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଜଣେ ମହିଳାଙ୍କୁ ମ୍ୟାଲେରିଆ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବାବେଳେ, ବୁଧବାର ମେଡ଼ିକାଲ ପରିସରରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ଅଧିକ ପଢ଼ନ୍ତୁ...

ଡାକ୍ତରଖାନାରେ ଭର୍ତ୍ତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଡାକ୍ତରଖାନାରେ ଭର୍ତ୍ତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

By

Published : Sep 2, 2020, 12:42 PM IST

ମୟୂରଭଞ୍ଜ:ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଉପଖଣ୍ଡ ଚିକିତ୍ସାଳୟ ପରିସରରେ ଚିକିତ୍ସାଧୀନ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ଜଣଙ୍କ ହେଲେ ଗ୍ରାମାଞ୍ଚଳ ଥାନା ତିଲେଇଘୁଟୁ ଗ୍ରାମର କାର୍ମି ସୋରେନ ।

ମ୍ୟାଲେରିଆ ଚିକିତ୍ସା ପାଇଁ ମଙ୍ଗଳବାର କାର୍ମିଙ୍କୁ ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ବିଳମ୍ବିତ ରାତିରେ କାର୍ମି ହସ୍ପିଟାଲରୁ ନିଖୋଜ ହୋଇଯାଇଥିବା ବେଳେ ପରିବାର ଲୋକେ ରାତି ସାରା ଖୋଜାଖୋଜି କରି ନିରାଶ ହୋଇଯାଇଥିଲେ ।

ତେବେ ଗୁରୁବାର ମେଡିକାଲ ପରିସର ଏକ ଗଛରୁ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ଅଧିକ ତଦନ୍ତ ଜାରି ରିଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details