ଓଡିଶା

odisha

ETV Bharat / state

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟସେବା: ଜଙ୍ଗଲରେ ପ୍ରସବ କଲେ ମହିଳା - ଜଙ୍ଗଲରେ ପ୍ରସବ କଲେ ମହିଳା

ଗୋଟିଏ ପଟେ ଗର୍ଭବତୀ ଯନ୍ତ୍ରଣା ଥମିବାର ନାଁ ନେଉନି। ଅନ୍ୟପଟେ ଜଙ୍ଗଲରେ ପ୍ରସବ କରୁଛନ୍ତି ମହିଳା। ଏସବୁ ପ୍ରଶାସନ ପାଖରେ ଏସବୁ ଘଟଣାର କୌଣସି ଖବର ନାହିଁ। ଅଧିକ ପଢନ୍ତୁ...

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା: ଜଙ୍ଗଲରେ ପ୍ରସବ କଲେ ମହିଳା

By

Published : Nov 18, 2019, 3:33 PM IST

ମୟୂରଭଞ୍ଜ: ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା । ଜଙ୍ଗଲରେ ପ୍ରସବ କଲେ ମହିଳା। ଘଟଣାକୁ 7ଦିନ ବିତି ଯାଇଥିଲେ ମଧ୍ୟ ପ୍ରଶାସନ ପାଖରେ କୌଣସି ଖବର ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ କୁଲିଆଣା ବ୍ଲକର ଆମପୁଞ୍ଜା ଜଙ୍ଗଲରେ।

କୁଲିଅଣା ବ୍ଲକ କୋଠାବିଲା ଗାଁର ଶିବାନୀ ଭକ୍ତା ଓ ଶୁକ୍ରା ଭୁକ୍ତା କରଜ ଟଙ୍କା ସୁଝି ନ ପାରି ଜଙ୍ଗଲରେ ଆଶ୍ରୟ ନେଇଥିଲେ। ଏକ ଛାଟି ମାଟି ଘରେ ଯାଯାବର ଜୀବନ ଯାପନ କରୁଥିଲେ ଉକ୍ତ ଦମ୍ପତ୍ତି । ତେବେ ଗତ 7ଦିନ ପୂର୍ବରୁ ଆମପୁଞ୍ଜା ଜଙ୍ଗଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ ଶିବାନୀ । ଶିଶୁ ପୁତ୍ର ଜନ୍ମ ହେବାର 2 ଦିନ ପରେ ଖବର ପାଇ ସ୍ଥାନୀୟ ଆଶାକର୍ମୀ ଓ ନର୍ସ ପହଞ୍ଚି ଶିଶୁର ପୁତ୍ରର ଓଜନ କରି ନିଜର ଦାୟିତ୍ବ ସାରିଦେଇଥିଲେ ।

ବିପର୍ଯ୍ୟସ୍ଥ ସ୍ବାସ୍ଥ୍ୟ ସେବା: ଜଙ୍ଗଲରେ ପ୍ରସବ କଲେ ମହିଳା

ଏହାପରେ ସ୍ଥାସ୍ଥ୍ୟ ବିଭାଗ ଉଭୟ ମାଆ ଶିଶୁ ପୁତ୍ରଙ୍କୁ ଜଙ୍ଗଲରୁ ଆଣି କୁଲିଅଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ଉଭୟ ମାଆ ଓ ପିଲାଙ୍କ ସ୍ବାସ୍ଥ୍ୟବସ୍ଥା ସମ୍ପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି ଡାକ୍ତର । ଅନ୍ୟପଟେ ଶିଶୁ ପୁତ୍ରକୁ ୱାନ ଷ୍ଟେପ ଚାଇଲ୍ଡ ଲାଇନ ହେଲ୍ଫ ଶିଶୁ ପୁତ୍ରର ଅଧିକ ଚିକିତ୍ସା ପାଇଁ ନେଇଥିବା ଜଣାପଡିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details