ରାଇରଙ୍ଗପୁର: ବାହାଘରରେ ମାମୁଁ ଘରକୁ ଆସିବା ହେଲା କାଳ । ଅଟୋ ଧକ୍କାରେ ତିନି ବର୍ଷର ଶିଶୁପୁତ୍ର ମୃତ । ଏପରି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ତାଳଗାଁ ଗ୍ରାମରେ । ସୂଚନା ଅନୁଯାୟୀ, ଗୋରୁମହିଷାଣୀ ଥାନା ଅନ୍ତର୍ଗତ ସୂରିଆଗଡା ଗାଁର ସୁବାଷ ମୁଣ୍ଡାରୀ ତାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡାରୀ ଓ ଦୁଇ ଛୁଆକୁ ଧରି ଜାମଦା ଥାନା ଅନ୍ତର୍ଗତ ତାଳଗାଁ ଗ୍ରାମର ଶ୍ବଶୁର ଘରକୁ ବାହାଘରରେ ଯୋଗ ଦେବାପାଇଁ ଆସିଥିଲେ ।
ମାମୁଁ ଘରକୁ ଆସିବା ହେଲା କାଳ, ଅଟୋ ଧକ୍କାରେ ୩ ବର୍ଷର ଶିଶୁପୁତ୍ର ମୃତ - ମୟୂରଭଞ୍ଜ ଜାମଦା ଅଟୋ ଧକ୍କା ଖବର
ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ତାଳଗାଁ ଗ୍ରାମରେ ଅଟୋ ଧକ୍କାରେ ତିନି ବର୍ଷର ଶିଶୁପୁତ୍ରର ମୃତ୍ୟୁ । ଅଧିକ ପଢନ୍ତୁ
ବାହାଘରରେ ମାମୁଁ ଘରକୁ ଆସିବା ହେଲା କାଳ, ଅଟୋ ଧକ୍କାରେ ତିନି ବର୍ଷର ଶିଶୁପୁତ୍ର ମୃତ
ତେବେ ଆଜି (ଶନିବାର) ଦିନ ଦ୍ବିପହର ରାସ୍ତାକଡରେ ସୁବାଷ ମୁଣ୍ଡାରୀର ତିନି ବର୍ଷର ପୁଅ ଅମନ ମୁଣ୍ଡାରୀ ଖେଳୁଥିବାବେଳେ ହଠାତ୍ ଜାମଦା ପଟୁ ଏକ ଅଟୋ ଆସି ଧକ୍କା ଦେଇଥିଲା । ଫଳରେ ପିଲାଟି ରକ୍ତ ଜୁଡୁବୁଡୁ ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ପାଇ ଜାମଦା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଆସନ୍ତାକାଲି ମୃତଦେହ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ