ଓଡିଶା

odisha

ETV Bharat / state

ଯୁକ୍ତ ଦୁଇ ଛାତ୍ରୀଙ୍କ ଝଲନ୍ତା ମୃତଦେହ ଉଦ୍ଧାର ! - ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧିନ ନୂଆଗାଁ ସ୍ଥିତ ହରପ୍ରସାଦ ଶିକ୍ଷାସଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ । ଅଧିକ ପଢନ୍ତୁ

ଯୁକ୍ତ ଦୁଇ ଛାତ୍ରୀଙ୍କ ଝଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
ଯୁକ୍ତ ଦୁଇ ଛାତ୍ରୀଙ୍କ ଝଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

By

Published : Jul 14, 2022, 10:26 PM IST

ବାରିପଦା : ପୁଣି ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ ଅଧିନ ନୂଆଗାଁ ସ୍ଥିତ ହରପ୍ରସାଦ ଶିକ୍ଷାସଦନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ।

ଯୁକ୍ତ ଦୁଇ ଛାତ୍ରୀଙ୍କ ଝଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ସୂଚନା ଅନୁସାରେ, ଉକ୍ତ ବିଦ୍ୟାଳୟରେ ପିଅନ ଭାବେ କିଛିଦିନ ପୂର୍ବରୁ ଦୁଲାଲୀ ସିଂ ଯୋଗ ଦେଇଥିବା ବେଳେ ଦୁଳାଲୀ ତାଙ୍କ ଝିଅ ଏବଂ ପୁଅ ତିନିଜଣ ବିଦ୍ୟାଳୟ ପରିସରରେ ଏକ ଘରେ ରହୁଥିଲେ। ତେବେ ଆଜି ଅପରାହ୍ନ ପ୍ରାୟ ୫ ଟା ସମୟରେ ବିଦ୍ୟାଳୟ ଛୁଟି ହେବା ସମୟରେ କିଛି ଛାତ୍ରଛାତ୍ରୀ ଉକ୍ତ ରୁମର ଝରକାକୁ ଦେଖିବାରୁ ରୁମ ଭିତରେ ଦୁଲାଲୀଙ୍କ ଝିଅର ମୃତଦେହ ଝୁଲୁଥିବାର ଦେଖି ପ୍ରଧାନ ଶିକ୍ଷକଙ୍କୁ ଜଣାଇଥିଲେ ।

ପ୍ରଧାନ ଶିକ୍ଷକ କୁଳମଣି ଭୋଇ ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ମୋରଡା ଥାନା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ମୋରଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ତେବେ ମୃତ ଛାତ୍ରୀ ଜଣକ ପିଅନ ଦୁଲାଲୀଙ୍କ ଝିଅ ସବିତା ସିଂ ବୋଲି ଜଣାପଡ଼ିଥିଲା । ସବିତା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ସେନେଇ ତଦନ୍ତ କରୁଛି ପୋଲିସ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି ।

ମୃତ ସବିତାଙ୍କ ଘର ବାଉଁଶକଣ୍ଟିଆ ଗାଁରେ ବୋଲି ଜଣାପଡିଛି । ସବିତା ଗଡ଼ିଆ କଲେଜରେ ପାଠ ପଢ଼ୁଥିବା ବେଳେ ସବିତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ତାଙ୍କ ମାଆ ଦୁଲାଲୀ ରିହାବିଲିଟେସନରେ ଚାକିରୀ ପାଇ ବିଦ୍ୟାଳୟ ପରିସରରେ ରହୁଥିବା ଜଣାପଡିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details