ଓଡିଶା

odisha

ETV Bharat / state

କାର୍ଯ୍ୟରତ ଯବାନଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ, ରାଷ୍ଟ୍ରୀୟ ସଲାମୀ ସହ ଶେଷକୃତ୍ୟ ସମ୍ପନ୍ନ - soldier died for neglate

ଚିକିତ୍ସା ଅବହେଳାରୁ ମୃତ୍ୟୁବରଣ କଲେ ଯବାନ । ଦୀର୍ଘ 11 ବର୍ଷ ହେବ ଶ୍ରୀନଗରରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିଲେ ଯବାନ । ଅଧିକ ପଢନ୍ତୁ...

soldier died under medical treatmentc
ଯବାନଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ

By

Published : Feb 26, 2020, 7:24 PM IST

ରାଇରଙ୍ଗପୁର: କାର୍ଯ୍ୟରତ ଯବାନଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ। ଏପରି ଏକ ଅଭିଯୋଗ ଆଣିଛନ୍ତି ଯବାନଙ୍କ ପରିବାର ଲୋକେ। ମୃତକ ଯବାନ ହେଲେ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ଯୋଡ଼ାପୋଖରୀ ଗ୍ରାମର ଫାଗୁ ଟୁଡୁ(୩୪)। ଦୀର୍ଘ 11 ବର୍ଷ ହେବ ଶ୍ରୀନଗରରେ ସୀମା ସୁରକ୍ଷା ବାହିନୀରେ କାର୍ଯ୍ୟରତ ଥିଲେ ଟୁଡୁ ।

ଯବାନଙ୍କ ଚିକିତ୍ସା ଅବହେଳାରୁ ମୃତ୍ୟୁ

ତେବେ ସେ ଅସୁସ୍ଥ ଥିବା ବେଳେ ବିଭାଗୀୟ ଅଧିକାରୀ ମାନେ ଚିକିତ୍ସା ପାଇଁ ଦୃଷ୍ଟି ଦେଇନଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ। ଫଳରେ 22 ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ ଶରୀରକୁ ଯବାନ ମାନେ ତାଙ୍କ ଗାଁକୁ ଆଣି ପରିବାର ଲୋକଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସଲାମି ସହ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ତାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ତାଙ୍କ ମୃତ୍ୟୁର ଖବର ଜାଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details