ଓଡିଶା

odisha

ETV Bharat / state

ରୋଗୀଙ୍କ ଜୀବନ ସହ ଖେଳ, ଔଷଧ ବୋତଲରୁ ବାହାରିଲା ମଲା ସାପଛୁଆ - mayurbhanja news

ଔଷଧ ବୋତଲ ଭିତରୁ ବାହାରିଲା ମଲା ସାପଛୁଆ । ନିରାମୟ ଯୋଜନାରେ ରୋଗୀଙ୍କୁ ଦିଆଯାଇଥିଲା ଔଷଧ । ଅଧିକ ପଢନ୍ତୁ...

ରୋଗୀଙ୍କ ଜୀବନ ସହ ଖେଳ ;  ଔଷଧ ବୋତଲରୁ ବାହାରିଲା ମଲା ସାପଛୁଆ
ରୋଗୀଙ୍କ ଜୀବନ ସହ ଖେଳ ; ଔଷଧ ବୋତଲରୁ ବାହାରିଲା ମଲା ସାପଛୁଆ

By

Published : Sep 13, 2021, 9:04 AM IST

ବାରିପଦା:ଔଷଧ ବୋତଲ ଭିତରୁ ବାହାରିଲା ମଲା ସାପଛୁଆ । ଏଭଳି ଘଟଣା ଦେଖିବାକୁ ମିଳିଛି ବାରିପଦା ପିଆରଏମ ହସ୍ପିଟାଲରେ । ସୂଚନା ଅନୁସାରେ, ବାରିପଦା ଟାଉନ ଥାନା ଅଧିନସ୍ଥ ଶୁନଗଡ଼ିଆ ନିବାସୀ ସେକ ସେରାଜୁଲଙ୍କ ୩ ବର୍ଷୀୟ ଶିଶୁ ଅସୁସ୍ଥ ହୋଇ ପଡିଥିଲା । ସେରାଜୁଲ ତାକୁ ରବିବାର ପିଆରଏମ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇ ଯାଇଥିଲେ। ଡାକ୍ତର ଦେଖି ସାରିବା ପରେ ମେଡିସିନ ପ୍ରେସକିପ୍ସନ ମଧ୍ୟ ଦେଇଥିଲେ। ସେକ ସେରାଜୁଲ ନିରାମୟରୁ ଔଷଧ ଆଣି ଛୁଆକୁ ଖୁଆଇବା ପାଇଁ ଯାଉଥିବା ସମୟରେ ସେ ସେହି ଔଷଧରେ କିଛି ପଡିଥିବାର ଦେଖିବାକୁ ପାଇଥିଲେ।

ରୋଗୀଙ୍କ ଜୀବନ ସହ ଖେଳ ; ଔଷଧ ବୋତଲରୁ ବାହାରିଲା ମଲା ସାପଛୁଆ

ଏ ନେଇ ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଦେଖାଇଥିଲେ। ଡାକ୍ତର ବାବୁ ସେହି ଔଷଧକୁ ଦେଖି ସାରିବା ପରେ ତୁରନ୍ତ ସେହି ମେଡିସିନକୁ ଫିଙ୍ଗି ଦେବାପାଇଁ ବାଧ୍ୟ କରିଥିଲେ। ନିରାମୟରେ ଅଭିଯୋଗ କରିଥିଲେ । ହେଲେ କର୍ତ୍ତୃପକ୍ଷ ତାଙ୍କୁ ଚିରାଚରିତ ଉତ୍ତର ଦେଇଥିଲେ । ଆମେ କଣ କରିବୁ ତୁମେ କମ୍ପାନୀକୁ ଅଭିଯୋଗ କର ବୋଲି ସେରାଜୁଲଙ୍କୁ କହିଥିଲେ । ଯାହା ସରକାରଙ୍କ ପକ୍ଷରୁ ଦିଆଯାଉଛି ତାହା ଆମେ କେବଳ ଦେଉଛୁ।

ପୁଣି କଳା କାଚ ସିସି ମଧ୍ୟରେ କଣ ରହିଛି କିଛି ଆମେ ଜାଣିବୁ କିପରି ବୋଲି କହିଥିଲେ । ଆମେ କେବଳ ଔଷଧର ଏକ୍ସପାଇରୀ ଦେଖି ରୋଗୀଙ୍କୁ ଦେଇଥାଉ। ଏହା ପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଯୋଗାଯୋଗ କରି ବିଫଳ ହେବା ପରେ ଶେଷରେ ବାଧ୍ୟ ହୋଇ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ ସେକ ସେରାଜୁଲ। ତେବେ ବିନା ମୂଲ୍ୟରେ ରାଜ୍ୟ ସରକାରଙ୍କୁ ଔଷଧ ବିତରଣ କରୁଥିବା କମ୍ପାନୀ କିଭଳି ଭାବରେ ରୋଗୀଙ୍କ ଜୀବନ ସହିତ ଖେଳୁଛି ତାହା ଉପରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details