ଓଡିଶା

odisha

ETV Bharat / state

ରାସ୍ତା ଅବରୋଧ କଲେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି, ହଟାଇଲେ ତହସିଲଦାର - ବାରିପଦା-ଅମରଦା ରାସ୍ତା

ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରିପଦା-ଅମରଦା ରାସ୍ତାର ବାରମାଇଲ ଛକରେ ଗୁରୁବାର ସକାଳୁ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରାସ୍ତା ବନ୍ଦ କରିବାରୁ ଯାତାୟତ ଠପ ହୋଇଥିଲା। ଅଧିକ ପଢନ୍ତୁ...

ରାସ୍ତା ଅବରୋଧ କଲେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି, ଯାତାୟତ ଠପ୍
ରାସ୍ତା ଅବରୋଧ କଲେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି, ଯାତାୟତ ଠପ୍

By

Published : May 13, 2021, 9:54 AM IST

Updated : May 13, 2021, 12:37 PM IST

ବାରିପଦା:ରାସ୍ତା ମଝିରେ ଖଟ ପକାଇ ବାଉଁଶ ଓ ଦଉଡିରେ ରାସ୍ତା ଅବରୋଧ କଲେ ମୟୂରଭଞ୍ଜ ଜିଲ୍ଲାର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି । ବେତନଟୀ ଥାନା ଅନ୍ତର୍ଗତ ବରମାଇଲ ଛକର ୬୧ ନମ୍ବର ରାଜ୍ୟ ରାଜପଥର ବାରିପଦା-ଅମରଦା ରୋଡ଼କୁ ଅବରୋଧ କରିବାରୁ ଯାତାୟତ ଠପ ରହିବା ସହ ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଗାଡି ଅଟକି ରହିଥିଲା । ତେବେ ମୁଁ ଭଞ୍ଜପୁତ୍ର , ରାମଚନ୍ଦ୍ରଙ୍କ ପୁତ୍ର ମୋତେ ରନ୍ଧା ଖାଦ୍ୟ ମିଳୁ ଏଭଳି ଏକ ପୋଷ୍ଟର ମଧ୍ୟ ଲଗାଇଥିଲେ ବ୍ୟକ୍ତି ଜଣଙ୍କ ।

ରାସ୍ତା ଅବରୋଧ କଲେ ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି, ଯାତାୟତ ଠପ୍

ଅଞ୍ଚଳବାସୀ ରାସ୍ତା ଅବରୋଧ ହଟାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ହଟି ନ ଥିଲେ । ଏହି ସମୟରେ ମୋରଡ଼ା ତହସିଲଦାର ଅନନ୍ତ କୁମାର ହାଁସଦା ନିଜ କାର୍ଯ୍ୟରେ ଯୋଗ ଦେବାପାଇଁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ବେଳେ ତାଙ୍କ ଗାଡି ମଧ୍ୟ ଅଟକି ରହିଥିଲା । ତହସିଲଦାର ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣଙ୍କୁ ବୁଝାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା । ଶେଷରେ ଗ୍ରାମବାସୀଙ୍କ ସହ ମିଶି ତହସିଲଦାର ଜୋର ଜବରଦସ୍ତ ରାସ୍ତାରୁ ବ୍ୟକ୍ତି ଜଣଙ୍କୁ ହଟାଇଥିଲେ ଓ ପରେ ଗାଡି ଚଳାଚଳ ସ୍ବଭାବିକ ହୋଇଥିଲା ।



ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 13, 2021, 12:37 PM IST

ABOUT THE AUTHOR

...view details