ଓଡିଶା

odisha

ETV Bharat / state

ପଥଚାରୀଙ୍କୁ ଘୋଷାଡି ନେଲା ଅଜଣା ଗାଡ଼ି - A pedestrian was killed in an unidentified vehicle crash

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର 20ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି ।

A pedestrian was killed in an unidentified vehicle crash
ଅଜଣା ଗାଡ଼ି ଧକ୍କାରେ ପଥଚାରୀ ମୃତ

By

Published : Oct 5, 2020, 6:52 PM IST

ରାଇରଙ୍ଗପୁର: ରାଇରଙ୍ଗପୁରର ବହଳଦା ଥାନା ଅନ୍ତର୍ଗତ ବୈଶିଙ୍ଗା ନିକଟ 20ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି ।

ଅଜଣା ଗାଡ଼ି ଧକ୍କାରେ ପଥଚାରୀ ମୃତ

ପାରିପାର୍ଶ୍ବିକ ସ୍ଥିତି ଓ ମୃତକଙ୍କ ଅବସ୍ଥା ଦେଖିଲେ ଲାଗୁଥିଲା କୌଣସି ଅଜଣା ଗାଡ଼ି ପଥଚାରୀଙ୍କୁ ଧକ୍କା ଦେଇ ପାଞ୍ଚ-ଛଅ ମିଟର ଘୋଷାଡି ନେଇଛି । ରକ୍ତାକ୍ତ ଅବସ୍ଥାରେ ପଥଚାରୀଙ୍କୁ ଉଦ୍ଧାର କରି ତୁରନ୍ତ ରାଇରଙ୍ଗପୁର ଡାକ୍ତରଖାନା ଅଣା ଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ବହଳଦା ଥାନା ଭୁରଷା ଗ୍ରାମର ମନସା ମହାନ୍ତ(48) ।

ଏ ନେଇ ବହଳଦା ଥାନା ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ରାଇରଙ୍ଗପୁରରୁ ସଂଜୟ କୁମାର ପରିଡା,ଇଟିଭି ଭାରତ

ABOUT THE AUTHOR

...view details