ଓଡିଶା

odisha

ETV Bharat / state

ମରିଗଲା ମାତୃତ୍ବ, ତିନି ଦିନର ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗି ଚାଲିଗଲା ମାଆ ! - ମୟୂରଭଞ୍ଜ ଜଙ୍ଗଲରୁ ନବଜାତ ଶିଶୁକନ୍ୟା

ପୁଣି ଅଲଡା ହେଲା ନବଜାତ ଶିଶୁ କନ୍ୟା । ମାତ୍ର ତିନି ଦିନର ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗି ଚାଲିଗଲା ଜନ୍ମ କଲା ମାଆ । ଅଧିକ ପଢ଼ନ୍ତୁ

ତିନି ଦିନର ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗି ଚାଲିଗଲା ମାଆ
ତିନି ଦିନର ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗି ଚାଲିଗଲା ମାଆ

By ETV Bharat Odisha Team

Published : Oct 20, 2023, 9:59 PM IST

ତିନି ଦିନର ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗି ଚାଲିଗଲା ମାଆ

ରାଇରଙ୍ଗପୁର: ବିଂଶ ଶତାବ୍ଦୀରେ ପାଦ ଦେଲାଣି ମଣିଷ ସମାଜ । ହେଲେ ଏବେବି ବଦଳୁନି ମାନସିକତା । ସଭ୍ୟ ସମାଜର ମୁଖା ପିନ୍ଧି ଏବେ ମଧ୍ୟ ପୁଅ ଓ ଝିଅ ମଧ୍ୟରେ ଫରକ ଦେଖୁଛନ୍ତି ଲୋକ । ଶିଶୁକନ୍ୟାକୁ ଅଲୋଡା଼ କରିଦେଉଛନ୍ତି । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଞ୍ଚଳରେ । ଯେଉଁଠି ଅଲୋଡା ହୋଇଛି ନବଜାତ ଶିଶୁକନ୍ୟା । ମାତ୍ର ତିନି ଦିନର ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗିଦେଇ ଚାଲି ଯାଇଛି ଜନ୍ମ କଲା ମାଆ ।

ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅନ୍ତର୍ଗତ ଲକ୍ଷ୍ମୀପୋଷି ଗ୍ରାମର କିଛି ମହିଳା ଆଜି ଦିନ ପାଖାପାଖି ୧୧ ଟା ସମୟରେ ଗ୍ରାମ ନିକଟସ୍ଥ ପୋଟାସ ଜଙ୍ଗଲକୁ ଗାଇ ରଚାଇବା ପାଇଁ ଯାଇଥିଲେ । ଏହି ସମୟରେ ଜଙ୍ଗଲ ଭିତରେ ଏକ ବୁଦା ନିକଟରୁ ହଠାତ୍ ଏକ ଶିଶୁକନ୍ୟାର କାନ୍ଦ ଶୁଣିବାକୁ ପାଇଥିଲେ । ତେବେ ମିହଳାମାନେ ଘଟଣା ସ୍ଥଳକୁ ଯାଇ ଗୋଟିଏ ନବଜାତ ଶିଶୁକନ୍ୟା ଏକ ଲୁଗା ଉପରେ ଶୋଇ କାନ୍ଦୁଥିବାର ଦେଖିଥିଲେ । ଏନେଇ ମହିଳାମାନେ ତୁରନ୍ତ ଲକ୍ଷ୍ମୀପୋଷି ଗ୍ରାମର ୱାର୍ଡ଼ ମେମ୍ବରଙ୍କୁ ଖବର ଦେଇଥିଲେ ।

ତେବେ ୱାର୍ଡ଼ ମେମ୍ବର ଜଣକ ଘଟଣା ସମ୍ପର୍କରେ ଅବଗତ ହେବା ପରେ ସ୍ଥାନୀୟ ଆଶାକର୍ମୀ ଲିଲି ମହାନ୍ତଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ । ଆଶାକର୍ମୀ ଜଣକ ଗାଁର ଲୋକଙ୍କୁ ସାଥିରେ ନେଇ ନବଜାତ ଶିଶୁକନ୍ୟାଟିକୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ମେଡିକାଲକୁ ଆଣିଥିଲେ । ସେଠାରେ ଶିଶୁକନ୍ୟାଟିର ଚିକିତ୍ସା ଆରମ୍ଭ କରାଯାଇଥିଲା । ନବଜାତ ଶିଶୁକନ୍ୟାଟିର ମୁହଁରେ ଖାଦ୍ୟ ନଳୀ ଲାଗିଥିବା ସହିତ ହାତରେ ଭେନ୍ ଫ୍ଲୋନ ଲାଗିଥିବା ଦେଖିବାକୁ ମିଳିଥିଲା । ନବଜାତ ଶିଶୁକନ୍ୟାଟିର ମୁହଁରେ ପିମ୍ପୁଡ଼ି କାମୁଡା ଚିହ୍ନ ମଧ୍ୟ ରହିଛି ।

ଏହା ମଧ୍ୟ ପଡ଼ନ୍ତୁ...ଖତଗଦାରୁ ଉଦ୍ଧାର ହେଲା କନ୍ୟାରତ୍ନ, ମେଡିକାଲରେ ଚାଲିଛି ଚିକିତ୍ସା

ସେପଟେ ଶିଶୁ କନ୍ୟା ଟିର ଓଜନ ମଧ୍ୟ କମ୍ ରହିଥିବା ବେଳେ ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ରହିଛି । ଏହାସହ ଶିଶୁକନ୍ୟାର ଗୋଡ଼ରେ ଏକ ଟ୍ୟାଗ ଲାଗିଥିବା ବେଳେ ବାପା ଓ ମାଆଙ୍କ ନାଁ ମଧ୍ୟ ସେଥିରେ ଲେଖା ହୋଇଛି । ନବଜାତ ଶିଶୁ କନ୍ୟାର ବର୍ତ୍ତମାନ ଚିକିତ୍ସା ଜାରି ରହିଥିବା ବେଳେ ଶିଶୁଟି ବହୁ ସମୟରୁ ଖାଦ୍ୟ ଖାଇ ନଥିବାରୁ ଅସୁସ୍ଥ ହୋଇଥିବା କହିଛନ୍ତି ଡାକ୍ତର । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଶିଶୁକନ୍ୟାମାନଙ୍କ ପାଇଁ ବିଭିନ୍ନ ଯୋଜନା ସବୁ କରିଥିଲେ ମଧ୍ୟ କିଏ ଓ କାହିଁକି ଏପରି ନିଷ୍ପାପ ଶିଶୁ କନ୍ୟାଟିକୁ ଜଙ୍ଗଲ ମଧ୍ୟରେ ଛାଡି ଚାଲିଗଲା ଏହା ଉପରେ ତଦନ୍ତ କରି ଛୁଆର ବାପା ମାଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ନିତାନ୍ତ ଆବଶ୍ୟକ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ମୟୂରଭଞ୍ଜ

For All Latest Updates

ABOUT THE AUTHOR

...view details