ଓଡିଶା

odisha

ETV Bharat / state

ତିରିଶ ବର୍ଷ ପରେ ମିଳିଲା ମା’ - ସୁମିତ୍ରା ବେହେରା

ତିରିଶ ବର୍ଷ ଧରି ନିଖୋଜ ଥିଲେ ମୋରଡ଼ା ଅଞ୍ଚଳର ସୁମିତ୍ରା ବେହେରା । ଆଉ ଆଜି ଫେରିଛନ୍ତି ଗ୍ରାମକୁ । ଏକ ସାମାଜିକ ସଂଗଠନର ସହଯୋଗରେ ଘରକୁ ପୁନର୍ବାର ଫେରି ପାରିଛନ୍ତି ନିଖୋଜ ମହିଳା ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ

By

Published : Sep 3, 2019, 8:15 PM IST

ବାରିପଦା: ବର୍ଷେ ନୁହେଁ କିମ୍ବା ଦୁଇ ବର୍ଷ । ଦୀର୍ଘ ତିରିଶ ବର୍ଷ ପରେ ଘରକୁ ଫେରିଛନ୍ତି ମୋରଡ଼ା ଥାନା ପରିଆକୁଲି ଗ୍ରାମର ସୁମିତ୍ରା ବେହେରା । ଏକ ସାମାଜିକ ଅନୁଷ୍ଠାନର ସହଯୋଗରେ ଘରକୁ ଫେରିଛନ୍ତି ସୁମିତ୍ରା । 30 ବର୍ଷ ତଳେ ମହିଳା ଜଣଙ୍କ ଘରୁ କୁଆଡ଼େ ପଳାଇଥିଲେ । ପରିବାର ଲୋକଙ୍କ ବହୁତ ଖୋଜାଖୋଜି ପରେ ମଧ୍ୟ ସୁମିତ୍ରାଙ୍କର କୌଣସି ଖୋଜ ଖବର ମିଳିନଥିଲା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ

ସୁମିତ୍ରା ଘରୁ ଯିବା ସମୟରେ ତାଙ୍କର ଦୁଇ ପୁତ୍ର ମଧ୍ୟ ରହିଥିଲେ । ସ୍ବାମୀ ଅନ୍ୟତ୍ର ବିବାହ କରି ଘର ସଂସାର କରି ରହୁଥିଲେ । ସୁମିତ୍ରା ଘରୁ କୁଆଡ଼େ ଯାଇଛନ୍ତି ତାହା କାହା ପାଖରେ ଖବର ନ ଥିଲା । ମୁମ୍ବାଇର ଏକ ଏନଜିଓ ସଂସ୍ଥା ସୁମିତ୍ରାକୁ ମାନସିକ ଅସୁସ୍ଥ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର କରି 2005 ମସିହାରେ ଚେନ୍ନାଇର ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । 2005 ରୁ ଚେନ୍ନାଇ ରେ ଚିକିତ୍ସିତ ହେଉଥିବା ସୁମିତ୍ରା ଙ୍କୁ ମୁମ୍ବାଇ ରଏନଜିଓ ସଂସ୍ଥା ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ ଆଣ୍ଡ ହସ୍ପିଟାଲ ର ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ବିଶୋଇ କିଛି ଦିନ ପୂର୍ବରୁ ଭେଟିଥିଲେ । ସୁମିତ୍ରାଙ୍କ ଠାରୁ ଠିକଣା ସଂଗ୍ରହ କରିବା ପରେ ତାଙ୍କୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ଗ୍ରାମକୁ ଅଣାଯାଇଛି ।


ଦୀର୍ଘ ବର୍ଷ ପରେ ପରିଆକୁଲି ଗାଁକୁ ସୁମିତ୍ରା ଫେରୁଥିବା ଖବର ପାଇ ଗ୍ରାମବାସୀ ସ୍ବାଗତ ପାଇଁ ଭିଡ଼ ଜମାଇଛନ୍ତି । ସେପଟେ ମାକୁ ପାଇ ଦୁଇ ପୁଅ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି । ଗ୍ରାମବାସୀ ସୁମିତ୍ରାଙ୍କ ସମେତ ଦୁଇ ସାମାଜିକ କର୍ମୀଙ୍କୁ ଫୁଲ ଚନ୍ଦନ ଓ ଶଙ୍ଖ ହୁଳୁହୁଳି ରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details