ରାଇରଙ୍ଗପୁର: ଜିଲ୍ଲାରେ ପୁଣି ଲଜ୍ଜା । ସମ୍ପର୍କୀୟ କକା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ସୂଚନା ଅନୁସାରେ ନାବାଳିକାଙ୍କ ସମ୍ପର୍କୀୟ କକା ଗତ ୫ ବର୍ଷ ଧରି ପୀଡିତାଙ୍କୁ ଦୁଷ୍କର୍ମ କରି ଆସୁଥିବାର ଅଭିଯୋଗ ଆସିଛି । ୫ ବର୍ଷରୁ ଧମକ ଚମକ ଦେଇ ବାରମ୍ବାର ଦୁଷ୍କର୍ମ କରି ଆସୁଥିବାବେଳେ ପରିବାର ଲୋକେ ଏହା ଜାଣିପାରି ଯାମଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ମୟୂରଭଞ୍ଜରେ ପୁଣି ଲଜ୍ଜା, ଦୁଷ୍କର୍ମର ଶିକାର ହେଲା ଝିଆରୀ - ରାଇରଙ୍ଗପୁରରେ ନାବାଳିକା ଦୁଷ୍କର୍ମ
ସମ୍ପର୍କୀୟ କକା ଝିଆରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ । ମୟୂରଭଞ୍ଜ ଜିଲ୍ଲା ଯାମଦା ଥାନା ଅଞ୍ଚଳରେ ଘଟିଛି ଏହି ଲଜ୍ଜାଜନକ ଘଟଣା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...
![ମୟୂରଭଞ୍ଜରେ ପୁଣି ଲଜ୍ଜା, ଦୁଷ୍କର୍ମର ଶିକାର ହେଲା ଝିଆରୀ ଜିଲ୍ଲାରେ ପୁଣି ଲଜ୍ଜା, ଦୁଷ୍କର୍ମର ଶିକାର ହେଲା ଝିଆରୀ](https://etvbharatimages.akamaized.net/etvbharat/prod-images/768-512-9345767-207-9345767-1603902313701.jpg)
ଜିଲ୍ଲାରେ ପୁଣି ଲଜ୍ଜା, ଦୁଷ୍କର୍ମର ଶିକାର ହେଲା ଝିଆରୀ
ଅଭିଯୋଗ ପାଇବା ପରେ ଅଭିଯୁକ୍ତ ସମ୍ପର୍କୀୟ କକାକୁ ଗିରଫ କରିଛି ଯାମଦା ଥାନା ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ଜଣକ କୁଚେଇପାଳ ଗ୍ରାମର ଅର୍ଜୁନ କଳାହ ବୋଲି ଜଣାପଡିଛି । ତେବେ ଆସନ୍ତାକାଲି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂଚନା ଦେଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ